କୋଇଡା ଠାରେ ବିଶାଳ ହିନ୍ଦୁ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ
କୋଇଡା (ସଞ୍ଜୟ ବେହେରା) ସୁନ୍ଦରଗଡ ଜିଲ୍ଲା କୋଇଡା ସମଗ୍ର ହିନ୍ଦୁ ସମାଜ କୋଇଡା ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । କୋଇଡା ବାବା ଲଙ୍ଗଳେଶ୍ଵର ମନ୍ଦିର ପ୍ରାଙ୍ଗଣରୁ ପ୍ରଥମେ ବୈଦିକ ପରମ୍ପରା ଗାନ, ବାଦ୍ୟ, ସନାତନୀ ପତାକା,ବ୍ୟାନର ସହ ଗୋ ସୁରକ୍ଷା, ଧର୍ମାନ୍ତିକରଣ ବନ୍ଦ, ହିନ୍ଦୁ ଏକତା, ଭାରତ ମାତା କି ଜୟ , ଜୟ ଶ୍ରୀରାମ, ଜୟ ଜଗନ୍ନାଥ ପ୍ରତିଧ୍ଵନି ଓ ସ୍ଲୋଗାନ ଦେଇ ସନାତନୀ ଏକ ବିଶାଳ ଶୋଭାଯାତ୍ରା ସହ କୋଇଡା ପରିକ୍ରମା କରି ପୁନଃ ବାବା ଲଙ୍ଗଳେଶ୍ଵର ମନ୍ଦିରରେ ପ୍ରାଙ୍ଗଣରେ ପହଞ୍ଚି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶୋଭାଯାତ୍ରା ରେ ମୁଖ୍ୟତଃ ବଣାଇଁ ପୁର୍ବତନ ବିଧାୟକ ଭୀମସେନ ଚୌଧୁରୀ, କୋଇଡା ସରପଞ୍ଚ ହୃଷିକେଶ ଦେହୁରୀ, କୋଇଡା ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ନାଏକ, ସାଂସଦ ପ୍ରତିନିଧି ଚେତନାଦିପ୍ତ ନାୟକ, ବିଜେପି କୋଇଡା ମଣ୍ଡଳ ସଭାପତି ରାମଚନ୍ଦ୍ର ପଲେଇ, କେୟୁଜେ ସଭାପତି ସଞ୍ଜୀବ ମହାପାତ୍ର, ପ୍ରେସ କ୍ଲବ ସଭାପତି ସଂଗ୍ରାମ କେଶରୀ ନାୟକ, ପ୍ରଶାନ୍ତ କୈବର୍ତ୍ତ , ତିରଣ ନାଏକ,ଦୁର୍ଗା ଜୟସ୍ୱାଲ, ଦିଲ୍ଲିପ ପାତ୍ର , ବିଶ୍ୱ ରଞ୍ଜନ ମିଶ୍ର, ସତ୍ୟନାରାୟଣ ଗୁପ୍ତା,ମହେନ୍ଦ୍ର ଘଣା , ପ୍ରମୋଦ ନାଏକ ପ୍ରମୁଖ ଙ୍କ ସହ ହଜାର ହଜାର ସଦସ୍ୟ ଯୋଗଦେଇଥିବା ବେଳେ ସଭା କାର୍ଯ୍ୟରେ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦ କେନ୍ଦ୍ରିୟ ସମ୍ପାଦକ ଅଚ୍ୟୁତାନନ୍ଦ କର ,ରାଜଗାଙ୍ଗପୁର ସେବା ପରିଷଦ ସଭାପତି ଦୌଲତ ଅଗ୍ରୱାଲ, ବିଏଚପି ପରିଯୋଜନା ପ୍ରମୁଖ ଜୁଗଲ କିଶୋର ମହାନ୍ତ ,ହିନ୍ଦୁ ଏକତା ମଞ୍ଚ ବଡବିଲ ସନ୍ତୋଷ ପ୍ରସାଦ , ନୈନା ରାଠୋର , ସାଂସଦ ପ୍ରତିନିଧି ଚେତନାଦିପ୍ତ ନାୟକ, କେୟୁଜେ ସଭାପତି ସଞ୍ଜୀବ ମହାପାତ୍ର, ସୁବ୍ରୋଜିତ ମହାନ୍ତି , ରୀମ ପ୍ରକାଶ ଜୟସ୍ୱାଲ ପ୍ରମୁଖ ଯୋଗଦେଇ ପ୍ରଥମେ ମାଁ ଭାରତୀ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ସହ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିଲା । ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ ମଞ୍ଚାସୀନ ଅତିଥି ମୀନେ ସନାତନୀ ସଂସ୍କୃତି ,ଐତିହ୍ୟ, ପରମ୍ପରା, ହିନ୍ଦୁ ଏକତା, ପୁର୍ବ ପୁରୁଷ ଙ୍କ ଅବଦାନ ଏବଂ ଜୋରଜବରଦସ୍ତ , ପ୍ରଲୋଭନ ଦେଖାଇ ଧର୍ମାନ୍ତିକରଣ କୁ ବିରୋଧ କରି ଏହାକୁ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ।ଏଥିସହ ପୂର୍ବରୁ ଧର୍ମ ପରିବର୍ତ୍ତନ କରିଥିବା ୨୮ ଜଣ ହିନ୍ଦୁ ଙ୍କୁ ପୁନଃ ଘରବାହୁଡା କରାଇ ତାଙ୍କୁ ରିତିନିତି ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ତଥା ବଡବିଲ, ଯୋଡା ଅଞ୍ଚଳରୁ ଆସିଥିବା ଗୋ ସୁରକ୍ଷା ଆବାହକ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂଯୋଜକ ଦୁର୍ଗା ମାଧବ ପରିଡା ଙ୍କ ସହ ସୁନିଲ କୁମାର ପଣ୍ଡା ଓ ଅବିନାଶ ଶର୍ମା ମଞ୍ଚ ପରିଚାଳନ କରିଥିଲେ ।
ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସଞ୍ଜୟ ବେହେରାଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
