*ନୂଆପଡା ଓ.ପି.ଟି.ସି.ଏଲ୍ ଗ୍ରିଡ୍ ରେ କ୍ଷମତା ଉନ୍ନତି ପାଇଁ ନିର୍ମାଣ କାମ ସଂପୂର୍ଣ୍ଣ l ଏବେ ଜିଲ୍ଲାରେ ଅନବରତ ବିଦ୍ୟୁତ୍ ଯୋଗାଣ ହେବ l*
ନୂଆପଡା(ମିଖାଏଲ ନନ୍ଦ)
,ତା,୨୧/୦୨
ନୂଆପଡ଼ା ଜିଲ୍ଲା ନୂଆପଡା ଓ କୋମନା ବ୍ଲକରେ ବିଗତ କିଛି ଦିନ ହେଲା ପାୱାର କଟ ହେଉଥିଲା l ଏହା ଓ.ପି.ଟି.ସି.ଏଲ୍ ଗ୍ରିଡ୍ ରେ କ୍ଷମତା ଉନ୍ନତି ପାଇଁ ନିର୍ମାଣ କାମ ନିମନ୍ତେ ହେଉଥିଲା l
ଆଜି ରାତି ପ୍ରାୟ ୮ ଘଣ୍ଟା ସମୟରେ ଗ୍ରିଡ୍ ରେ ୪୦ ଏମ୍ ଭି ଏ ଟ୍ରାନ୍ସଫର୍ମର ସଫଳତା ର ସହିତ କାର୍ଯ୍ୟ କ୍ଷମ କରାଯାଇଛି l
ଏତଦ୍ଵାରା ଆଶା କରା ଯାଉଛି ଯେ ଏହି ବର୍ଷ ଗ୍ରୀଷ୍ମ ସମୟରେ ନୂଆପଡ଼ା ଓ କୋମନା ବ୍ଲକ ରେ ବିଜୁଳି ସମସ୍ୟାର ସମାଧାନ ହୋଇ ପାରିବ l ଗ୍ରୀଷ୍ମ ଋତୁରେ ଜିଲ୍ଲାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ l ସେହି ଅନୁସାରେ ବିଦ୍ୟୁତ୍ ବିଭାଗ ତରଫରୁ ଗ୍ରିଡ ର ଉନ୍ନତିକରଣ ପାଇଁ ସମୁଚିତ ପଦକ୍ଷେପ ଗ୍ରହଣ କରା ଯାଉଛି l
ଆଜି ବୁର୍ଲା ଜୋନ୍ ର ସିନିୟର ଜୀ.ଏମ୍. ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ବଲାଙ୍ଗିର ସର୍କଲ ଜୀ.ଏମ୍ ଶ୍ରୀଯୁକ୍ତ କବି ଚନ୍ଦ୍ର ପଟ୍ଟନାୟକ, ଶ୍ରୀଯୁକ୍ତ ଗଜ୍ରେ କର୍କେଟ୍ଟା, (ଡି.ଜୀ.ଏମ୍, ନୂଆପଡା), ଶ୍ରୀଯୁକ୍ତ ବେଣୁଧର ପରିଡ଼ା (ଡି.ଜୀ.ଏମ୍, କେସିଙ୍ଗା) ଏବଂ ବେଣୁଧର ପ୍ରଧାନ (ଡି.ଜୀ.ଏମ୍ ବୁର୍ଲା) ମାନଙ୍କର
ଉପସ୍ଥିତି ରେ ନୂତନ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହେଲା l ଏଣୁ ଏଣିକି ଏହି ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ରହିବ ନାହିଁ ବା ପାୱାର କଟ ହେବ ନାହିଁ ବୋଲି ଜଣା ପଡିଛି l
