ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା, କରବାଲୁଆ, ଚିକିଟୀ
ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷଣ ସାମଗ୍ରୀର ଭୂମିକା ବେଶ୍ ଗରୁତ୍ବପୂର୍ଣ । ଏହା ଶିକ୍ଷକଙ୍କ ଉତ୍ତମ ସହାୟକ ସାମଗ୍ରୀ ଓ ଶିକ୍ଷଣ ବନ୍ଧୁଟିଏ ହୋଇଥିବା ବେଳେ ଶିକ୍ଷର୍ଥୀଙ୍କ କଠିନ ଧାରଣାକୁ ସ୍ପଷ୍ଟ କରିବାରେ, ସହଜରେ ବୁଝାଇବାରେ ସର୍ବଦା ସହାୟକ ହୋଇଥାଏ । ଏହି ମର୍ମରେ ସି ଆର ସି ସି ମିନତି କୁମାରୀ ପାଠୀ କରବାଲୁଆ କ୍ଲଷ୍ଟର ଅନ୍ତର୍ଗତ ବାଳିକା ପ୍ରାଥମିକ ବିଦ୍ୟାଳୟ ଚିକିଟୀ ପେଣ୍ଠ ଠାରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଅନୁଷ୍ଠିତ କରାଇଥିଲେ । ଏଥିରେ ଘରେ ଅବା ଆଖ ପାଖରେ ସହଜରେ ଉପଲବ୍ଧ ଉପକରଣ, ବର୍ଯ୍ୟ ବସ୍ତୁ ସଂଗ୍ରହକରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଵିବିଧ ସରଳ, ରଙ୍ଗୀନ, ପାଠ୍ୟପ୍ରସଙ୍ଗ ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଇଥିଲେ । ପ୍ରଥମ ଦିନର କର୍ମଶାଳାକୁ ଗୋଷ୍ଠୀ ସମ୍ବଳ ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ ଉଦ୍ଘାଟନ କରିଥିବା ବେଳେ ଦ୍ଵିତୀୟ ଦିବସରେ ଗୋଷ୍ଠୀ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝି , ବି ଆର ସି ସି ତ୍ରିନାଥ ମଲ୍ଲିକ ପରିଦର୍ଶନରେ ଆସି କର୍ମଶାଳାକୁ ରୁଦ୍ଧିମନ୍ତ କରିଥିଲେ । ପ୍ରସ୍ତୁତ ସାମଗ୍ରୀ ଗୁଡିକ ସୁନ୍ଦର ଲୋଭନୀୟ ଏବଂ ପିଲାଙ୍କ ବ୍ୟବହାର ଯୋଗ୍ୟ ହୋଇଥିବା ଦେଖି ସଭିଙ୍କୁ ପ୍ରଶଂସା କରିଥିଲେ । ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସାହୁ କର୍ମଶାଳା ତରଫରୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ, ଅଧିକାରୀଙ୍କୁ ଏବଂ ସି ଆର ସି ସି ଙ୍କୁ ଧନ୍ୟବାଦ ପ୍ରଦାନକରିଥିଲେ ।
