*ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ବିଶ୍ୱ ମାତୃଭାଷା ଦିବସ ପାଳିତ* (କଳାହାଣ୍ଡି.ରମେଶ ଅଗ୍ରୱାଲ.) ଭବାନୀପାଟଣା : ୨୧/୦୨/୨୦୨୬ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି | ମା ମାଟି ମାତୃଭାଷା ସ୍ୱର୍ଗ ଠାରୁ ବଡ ଓ ପ୍ରତେକ ଛାତ୍ରଛାତ୍ରୀ ମା ମାଟି ମାତୃଭାଷା ର ସୁରକ୍ଷା ପାଇଁ ଉଦ୍ୟମ କରିବା ଜରୁରୀ ବୋଲି ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ ଶିବରାମ ନାୟକ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ସଂମାନ୍ନୀତ ଅତିଥି ରୂପେ ବିଶିଷ୍ଠ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ଉପସ୍ଥିତ ଥିଲେ | ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଥିବା ବେଳେ ଶିକ୍ଷୟିତ୍ରୀ ସରିତା ବାଘେଲ, ଚନ୍ଦ୍ରପ୍ରଭା ମିଶ୍ର, ଭବାନୀ ନାଏକ ଓ ସମୀକ୍ଷ୍ୟାରାଣୀ ବେହେରା ସହଯୋଗ କରିଥିଲେ | ବନ୍ଦେ ମାତରଂ ଗାନ ସହ ସଭା ସାଙ୍ଗ ହୋଇଥିଲା |
