ସାମ୍ବାଦିକଙ୍କୁ ମରଣାତ୍ମକ ଆଜ୍ରମାଣ ପ୍ରତିବାଦରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ
କାମାକ୍ଷାନଗର, କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଦସ୍ୟ ଶାନ୍ତନୁ କୁମାର ଭୁକ୍ତଙ୍କୁ ଗତ ଗୁରୁବାର ପୂର୍ବାହ୍ନରେ ଦୁର୍ବୁତ୍ତ ମାନଙ୍କ ମରଣାତ୍ମକ ଆକ୍ରମଣ ର ପ୍ରତିବାଦରେ ସଙ୍ଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ପରଜଙ୍ଗ ର ସମାଜ ପ୍ରତିନିଧି ଶାନ୍ତନୁ କୁମାର ଭୁକ୍ତା ସନ୍ନିକଟ ନଦୀକୁ ଗୁରୁବାର ପୂର୍ବାହ୍ନରେ ଗାଧୋଇବାକୁ ଯାଇଥିଲେ l ଏକାକୀ ଥିବାର ସୁଯୋଗ ପାଇ ୬ ଜଣ ଦୁର୍ବୁତ୍ତ ଖଣ୍ଡା ରର ମରଣାତ୍ମକ ଆକ୍ରମଣ କରିଥିଲେ l ଏହାର ପ୍ରତିବାଦରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଦୁର୍ବୁତ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ଏକ ଦାବିପତ୍ର ପ୍ରଦାନ ପାଇଁ ଏକ ପ୍ରତିନିଧି ମଣ୍ଡଳୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିତଜିଲେ l ହୁପାଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏଥିରେ ସଭାପତି ଶୁଭମୟ ନନ୍ଦ, ସଦସ୍ୟ ପ୍ରହଲ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ, ବିଷ୍ଣୁପ୍ରସାଦ ସେଠୀ, ଧର୍ମାନନ୍ଦ ସେଠୀ, ସୁମନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ଲ
(ଧର୍ମାନନ୍ଦ ସେଠି ଙ୍କ ରିପୋର୍ଟ )
