*-ପିଇବା ପାଣି ସାତ ସପନ **
ପାନୀୟ ଜଳର ସୁଲଭ ଯୋଗାଣ ପାଇଁ ଵର୍ତମାନ ର ଲୋକ ପ୍ରିୟ ସରକାର ବସୁନ୍ଧରା ଯୋଜନା ମାଧ୍ୟମରେ ବିଶେଷ ଭାବେ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ର ଇବ୍ରିସିଂ ପଂଚାୟତର ଇବ୍ରିସିଂ, ଗୌଡ଼ସାହି, ପାଇକ ସାହି, ବେଉଁଳ, ପାଟସୁରା, ତୁରୁଖା,ନାଥ ସାହି, ସାନିଲୋ, ଉରାଳୀ, ବାଲିପାଟଣା,ଯାଁବେଢୁଆ, ଅଲଣା,ମୌଜା ଗୁଡିକ ପାଇଁ ତାହା ସାତସପନ ରେ ପରିଣତ ହୋଇଅଛି l ଦୀର୍ଘ ଦିନ ହେଲା ପୃର୍ବତନ ସରକାର ଙ୍କ ଅମଳରୁ ଅଧା ପନ୍ତରୀଆ ଭାବେ ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ ବିଛା ଯାଇଁ କଣ୍ଟ୍ରାକ୍ଟର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଏହା କେବଳ ସାଇନ ବୋର୍ଡ ରେ ସୀମିତ ରହିଛି ସିନା ଟୋପିୟ ହେଲେ ବି ପାନୀୟ ଜଳ ଆସିବାର ସମ୍ଭାବନା ନାହିଁ l
ଆକାଶ କଇଁଆ ଚିଲିକା ମାଛ ପରି ଅଂଚଳ ବାସି ମାନେ ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଶଙ୍କଟ ସମୟ ରେ କେବଳ ନୀରବ ଉପଭୋକ୍ତା ସାଜିବାର ଯନ୍ତ୍ରଣା ଯୁକ୍ତ ପରିସ୍ଥିତି ର ଶିକାର ହେବା ହିଁ ସାର ହେବ l ଏହି ଅଭାବନୀୟ ପରିସ୍ଥିତି ପାଇଁ ଭିବାଗୀୟ କର୍ତୃପକ୍ଷ ଦାୟୀ ରହିବେ ଆଗାମୀ ଦିନରେ ଜନ ଅସନ୍ତୋସ ଉଗ୍ର ରୂପ ଧାରଣ କରିବାର ଯତେଷ୍ଟ ସମ୍ଭାବନା ଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧି ଙ୍କର ସଦୟ ପ୍ରଦକ୍ଷପ ପାଇଁ ଅଂଚଳ ବାସୀଙ୍କ ତରଫରୁ ଗୁରୁତ୍ୱ ଆରୋପ କରାଯାଉଅଛି l
