(କଳାହାଣ୍ଡି.ରମେଶ ଅଗ୍ରୱାଲ.)ଭବାନୀପାଟଣା ସହରର ତାରିଣୀ ମନ୍ଦିର ରୋଡ଼ ରାମ ମନ୍ଦିର ନିକଟସ୍ଥ ମେରେଜ ପେଲେଶ ଠାରେ st. Xavier’s High school ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହେରେ ପାଳନ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ Dr. ଜି ସିର୍ଣିବାସ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ଅଳ୍ପସଂଖ୍ୟକ ତଥା ଆଦିବାସୀ ଉନ୍ମୟନ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ CMD st.Xavier’s chairman Dr. ଜି.ଏସ. ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତ୍ରିନାଥ ରଥ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ, HOD sociology MMU Dr. ବିରେନ୍ଦ୍ର ସୁନା, trusti Dr. ଦିବାକର ପଟ୍ଟନାୟକ, ପ୍ରତୀକ ପଟ୍ଟନାୟକ, କବି ତଥା ବରିଷ୍ଠ ସାମ୍ବଦିକ କାର୍ତ୍ତିକେଶ୍ୱର ନନ୍ଦ, ଓଡ଼ିଆ ଚଳଚ୍ଚିତ୍ରର ସୁନାମଧନ୍ୟ ତାରକା ଶିବାନୀ ସଂଗୀତା ଯୋଗ ଦେଇଥିଲେ । ଦିପ ପ୍ରଜ୍ଜ୍ୱଳନ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା କାର୍ଯ୍ୟକ୍ରମର ପ୍ରାରମ୍ଭିକ ସଙ୍ଗୀତ ରୁ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ସାମ୍ପ୍ରତିକ ଶିକ୍ଷା ନୀତିରେ ଅନେକ ପରିବର୍ତ୍ତନର ସୂଚନା ଦେଇଥିଲେ । ପାଠ୍ୟକ୍ରମ ବଦଳନ ତଥା ନୂତନ ଜ୍ଞାନ କୌଶଳ ର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ । ମୁଖ୍ୟବକ୍ତା ଶିକ୍ଷା କ୍ଷେତ୍ରରେ ସଂସ୍କାର ସହ ଆଗାମୀ ଭବିଷ୍ୟତରେ ଛାତ୍ରଛାତ୍ରୀ ମାନେ କେମିତି ଜଣେ ଜଣେ ସୁ – ନାଗରିକ ହୋଇ ରାଜ୍ୟ ତଥା ଦେଶର ପ୍ରଗତି ଦିଗରେ କାର୍ଯ୍ୟ କରିବେ ସେ ସମ୍ପର୍କରେ ଗୁରୁତ୍ଵରୋପ କରିଥିଲେ । ଖୁବଶୀଘ୍ର ବିଦ୍ୟାଳୟକୁ ଆଗେଇ ନେବା ତଥା ନିଜର ବିଦ୍ୟାଳୟକୁ ସ୍ଵତନ୍ତ୍ର କରି ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ କିଭଳି ଶିକ୍ଷାଦାନ କରିହେବ , ସେ ସମ୍ପର୍କରେ ଅଧ୍ୟକ୍ଷତା କରୁଥିବା ଅଧ୍ୟକ୍ଷ ମହାଶୟ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଙ୍ଗଳ କଳ୍ପେ ବିଭିନ୍ନ ସ୍ତରରେ କିଭଳି ଦକ୍ଷତା ର ସହ ପାଠ ସହ ସାମାଜିକ ମୂଲ୍ୟବୋଧ କୁ ଆପଣେଇ ଆଗାମୀ ଦିନରେ ବିଦ୍ୟାଳୟର ସୁନାମ କରିପାରେ ସେ ଦିଗରେ ଯତ୍ନବାନ ହେବା ପାଇଁ ସମ୍ମାନିତ ଅତିଥି ବୃନ୍ଦ ସ୍ୱ ସ୍ୱ ମତାମତ ଦେଇଥିଲେ । ଆୟୋଜିତ କାର୍ଯକ୍ରମରେ ଛାତ୍ରଛାତ୍ରୀ ସହ ଅଭିଭାବକ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ, ଶିକ୍ଷକ, ଶିକ୍ଷୟତ୍ରୀ, ସମସ୍ତଙ୍କ ସହଯୋଗକ୍ରମେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପରିଶେଷରେ ଶିକ୍ଷୟତ୍ରୀ ମନସ୍ଵିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରାଯାଇଥିଲା ।
