*ଆମ୍ବ ବାଗିତରେ ଅଗ୍ନିକାଣ୍ଡ, ପୋଡ଼ି ସମ୍ପୂର୍ଣ୍ଣ ଆମ୍ବ ଗଛ ନଷ୍ଟ, ଦୀର୍ଘ ୪ ବର୍ଷ ପରିଶ୍ରମ ବୃଥା, କ୍ଷତିପୂରଣ ପାଇଁ ଆମ୍ବ ଚାଷୀ ଶଙ୍କର ଭୋଇଙ୍କ ଦାବୀ।*
ନୂଆପଡା (ମିଖାଏଲ ନନ୍ଦ)
ତା:୧୮.୦୨.
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ଭୁଲିଆସିକୁଆଁ ଗ୍ରାମ ପଞ୍ଚାୟତ ଛତା ଗ୍ରାମର ଶଙ୍କର ଭୋଇ ନିଜ ଜମିରେ ଏକ ଆମ୍ବ ବଗିଚା କରିଥିଲେ। ୩ ଏକାର ଜମିରେ ୨୦୦ ଆମ୍ବ ଗଛ ଲଗାଇ ଥିବା ବେଳେ ଦୃବର୍ତ୍ତ ମାନେ ବଗିଚାରେ ନିଆଁ ଲଗାଇ ଦେଇଥିଲେ। ଫଳରେ ସମ୍ପୂର୍ଣ୍ଣ ଆମ୍ବ ବଗିଚାରେ ଥିବା ଶୁଖିଲା ବୁଦା ରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଆମ୍ବ ବଗିଚା ଅଗ୍ନିକାଣ୍ଡ ରେ ପୋଡ଼ି ପାଉସ ହୋଇଅଛି। ଶଙ୍କର ଭୋଇ ତାଙ୍କ ସ୍ତ୍ରୀ ସହ ପରିବାର ରର ଅନ୍ୟ ସଦସ୍ୟ ମାନେ ବଗିଚାକୁ ଅତି ଯତ୍ନ ସହକାରେ ଛୋଟ ରୁ ବଡ କରିଥିଲେ। ଆମ୍ବ ଗଛ ରେ ବାଉଁଲ ଆସିବା ବେଳକୁ ଅଗ୍ନିକାଣ୍ଡ ଯୋଗୁଁ ସମ୍ପୂର୍ଣ ବଗିଚା ନଷ୍ଟ ହୋଇଯାଇଅଛି। ବର୍ତ୍ତମାନ ଆମ୍ବ ଗଛ ବଞ୍ଚିବା ସ୍ଵପ୍ନ ଅଟେ। ଆମ୍ବ ଗଛ କୁ ଖଡିଆଳ ଉଦ୍ୟାନ ବିଭାଗ ରୁ ଚାରା ଆଣି ବଗିଚା ସୃଷ୍ଟି କରିବା ପ୍ରୟାସ କରିଥିଲେ। ଉଭୟ ସ୍ବାମୀ ଏବଂ ସ୍ତ୍ରୀ ବଗିଚା କୁ ଦେଖି ଭାଙ୍ଗି ପଡିଛନ୍ତି। ଆମ୍ବ ବାଉଁଳ ଆସିବା ଫଳ ଫଳିବ, ଫଳକୁ ଅଧିଷ୍ଠାତ୍ରୀ ଦେବୀଙ୍କୁ ଅର୍ପଣ କରି ପରିବାର ବନ୍ଧୁ ବର୍ଗଙ୍କୁ ଅଳ୍ପ ଉପହାର ଦେବା ସହ ଆମ୍ବ ବିକ୍ରି କରିବାର ସ୍ଵପ୍ନ ମଉଳି ଯାଇଛି। ଆବଶ୍ୟକ କ୍ଷତିପୂରଣ ଦରକାର। ନହେଲେ ୪ ବର୍ଷ ପରିଶ୍ରମ ସମ୍ପୂର୍ଣ ବୃଥା ହୋଇଅଛି।
