ସାନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କପି ନିୟନ୍ତ୍ରଣ ପାଇଁ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ପଦକ୍ଷେପ
କାମାକ୍ଷାନଗର, କାମାକ୍ଷାନଗର ଉପଖଣ୍ଡରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କପି ନିୟନ୍ତ୍ରଣ ସକାଶେ ପରିଷଦ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି l ସାନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ତଥା ଜିଲ୍ଲା ବାହାର ଅଞ୍ଚଳର ବିଦ୍ୟାର୍ଥୀମାନଙ୍କ ର ନାମ ଲେଖାଯାଇ ପରୀକ୍ଷା ସମୟରେ ବ୍ୟାପକ କପି କରାଯାଇ ବିଦ୍ୟାର୍ଥୀମାନଙ୍କୁ ଉତ୍ତୀର୍ଣ୍ଣ କରାଯାଉଥିବାର ଅଭିଯୋଗ ହୋଇ ଆସୁଥିଲା l ଏହି ଅଭିଯୋଗ କ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିସି କ୍ୟାମେରା ସହିତ ତ୍ରିସ୍ତରୀୟ ସ୍କlର୍ଡ ବ୍ୟବସ୍ଥା କରାଯାଇ ଅନୁଭବି ପରୀକ୍ଷା ପରିଚାଳକ ମାନଙ୍କୁ ନିଯୁକ୍ତ କରାଯାଇଛି l ଉଚ୍ଚଶିକ୍ଷା ପରିଷଦ ର ଚିଠି ସଂଖ୍ୟା ୩୬ /୨0/୫0୬ ସିଏଚଏସଇ /ତା ୧୪. ୨. ୨୬ ତାରିଖ ରେ ଏକ ଚିଠି କରାଯାଇ କାମାକ୍ଷାନଗର ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ରଙ୍କୁ ପରୀକ୍ଷାର ସୁ ପରିଚାଳନା ସହିତ କପି ନିୟନ୍ତ୍ରଣ ସକାଶେ ସୁପରିଟେଡେଣ୍ଟ ଏବଂ ତାଙ୍କୁ ସହାୟତା କରିବା ସକାଶେ ନୃତତ୍ତ୍ୱ ବିଭାଗର ମୁଖ୍ୟ ଅଧ୍ୟାପକ ଶରତ ଚନ୍ଦ୍ର ବେହେରାଙ୍କୁ ସହକାରୀ ସୁପରିଟେଡେଣ୍ଟ ଭାବେ ନିଯୁକ୍ତ କରାଯାଇଥିବାର ଜଣାଯାଇଛି l ଫଳରେ ସାନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାହାରୁ ଆସି ପରୀକ୍ଷା ଦେଉଥିବା ବିଦ୍ୟାର୍ଥୀମାନଙ୍କ ପରୀକ୍ଷା ଦେବା ସହଜ ହୋଇପାରିବ ବୋଲି ଜଣାଯାଇଛି
(ଧର୍ମାନନ୍ଦ ସେଠି ଙ୍କ ଖବର )
