ଶୋଇଥିବା ଅବସ୍ଥାରେ ହୋଟେଲ ମାଲିକ ଙ୍କୁ ହତ୍ୟା।
ସୋର/ସିମୁଳିଆ (ଜ୍ୟୋତିପ୍ରକାଶ, ଭଞ୍ଜଦୂତ, ନିପ୍ର)::: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ୧୬ନମ୍ବର ଜାତୀୟ ରାଜପଥ କଢ଼ରେ ଥିବା ହୋଟେଲ ଜୟ ମା ଦୁର୍ଗା ହୋଟେଲ ମାଲିକଙ୍କୁ ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ ହୋଟେଲ ମାଲିକ ଗଜେନ୍ଦ୍ର ପଣ୍ଡା ରାତିରେ ହୋଟେଲରେ ଶୋଇଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରି ଘଟଣା ସ୍ଥଳରୁ ସ୍କୁଟି ନେଇ ପଳାଇ ଯାଇଥିବା ଜଣାପଡିଛି। ଆଜି ସକାଳେ ହୋଟେଲର ମାଲିକ ଶୋଇଥିବାର ଦେଖି ରୋଷେୟା ରମେଶ ଡାକିଥିଲେ ମାଲିକ ଗଜେନ୍ଦ୍ର ନ ଉଠିବାରୁ ସ୍ଥାନୀୟ ଲୋକ ଏବଂ ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି। ହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବା ପୋଲିସ ତଦନ୍ତ ଆରମ୍ଭ କରିଛି।
