
ବ୍ଲକ ସ୍ତରୀୟ ୨୦୨୫-୨୬ ବୃତ୍ତି ପରୀକ୍ଷାରେ ଓଡ଼ିଶା ବ୍ରିଗେଡ଼ ସ୍କୁଲର ଛାତ୍ରଛାତ୍ରୀଙ୍କ ବାଜିମାତ
_____________________ ତା/୧୭/୦୨/୨୬(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ): ଶିକ୍ଷାବର୍ଷ ୨୦୨୫-୨୬ ବ୍ଲକ ସ୍ତରୀୟ ବୃତ୍ତି ପରୀକ୍ଷାରେ ଝାରପୋଖରୀଆ ସ୍ଥିତ ଓଡ଼ିଶା ବ୍ରିଗେଡ ସ୍କୁଲ ର ପଞ୍ଚମ ଶ୍ରେଣୀ ର ୨ ଜଣ ଛାତ୍ର ଏବଂ ତୃତୀୟ ଶ୍ରେଣୀ ର ୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ପଞ୍ଚମ ଶ୍ରେଣୀ ର ଛାତ୍ର ଶିବଶେଖର ମହାନ୍ତ ଚତୁର୍ଥ ସ୍ଥାନ , ଶୁଭମ୍ ଦଣ୍ଡପାଟ ପଞ୍ଚମ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ବେଳେ ତୃତୀୟ ଶ୍ରେଣୀ ର ଛାତ୍ର କୁମାର ବିଶ୍ୱଜିତ୍ ନାଏକ ତୃତୀୟ ସ୍ଥାନ ରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ର ଗୌରବ ବଢାଇଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ତରଫରୁ କୃତକାର୍ଯ୍ୟ ଛାତ୍ର ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରତିବର୍ଷ ପରି ଭଗଵାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମସ୍ଥଳୀ ପୂଟପର୍ତି କୁ ଯିବା ପାଇଁ ହେବାକୁ ଥିବା ବିଦ୍ୟାଳୟ ର ବାର୍ଷିକ ଉତ୍ସବ “ବ୍ରିଗେଡ ମହୋତ୍ସବ” ରେ ଟିକଟ ପ୍ରଦାନ କରାଯିବା ର ସ୍ଥିର କରାଯାଇଛି। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଅଭିଭାବିକା ତଥା ଛାତ୍ର ଛାତ୍ରୀ ଙ୍କ ଗହଣ ରେ ଖୁସିର ବାତାବରଣ ଦେଖାଦେଇଛି। ଭଞ୍ଜଦୁତ ଖବର I
