ଆଜି କପିଳାସରେ ପ୍ରସିଦ୍ଧ ଜାଗର ଯାତ୍ରା।
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ତାରିଖ 15/2/26
ଢେଙ୍କାନାଳ ଗଁଦିଆ : ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ସ୍ମିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଜାଗର ପର୍ବ ରବିବାର ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେବ । ରବିବାର ଦୈନନ୍ଦିନ ପୂଜା ପରେ ସନ୍ଧଂ ୫ଟା ୪୫ ମିନିଟରୁ ମହାଶିବରାତ୍ରୀ ପୂଜା ଆରମ୍ଭ ହୋଇ ଭୋର ୪ଟା ୨୦ ମିନିଟରେ ମହାଦୀପ ଉଠିବାର ନୀତି ନିର୍ଘଣ୍ଟ ହୋଇଛି। ପୀଠରେ ପ୍ରାୟ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା ରହିଛି। ଭିଡ଼କୁ ଲକ୍ଷ୍ଯକରି ପ୍ରଶାସନ ପକ୍ଷରୁ ବ୍ଯାପକ ପୁଲିସ ମୁତୟନ କରାଯାଇଛି। ଜିଲ୍ଲା ଦେବୋତ୍ତର ବିଭାଗଙ୍କ ପକ୍ଷରୁ ଜାଗର ପୂଜାବିଧି ନିମନ୍ତେ କାର୍ଯ୍ୟନିଘଣ୍ଟ କରାଯାଇଛି l ସୂର୍ଯ୍ୟାସ୍ତ ପରେ ସନ୍ଧ୍ଯା ୬ଟାରେ ଚନ୍ଦଶେଖର ଜୀଉଙ୍କ ଆରତୀକ ପୂଜା ପୂଜାପଣ୍ଡାଙ୍କ ଦ୍ଵାରା ସମ଼଼ାପନ ହେବ । ପ୍ରଥମ ପ୍ରହରର ସ୍ନାନ ଏବଂ ଚାରିପୂଜା ସନ୍ଧ୍ୟାଂ ୭ରୁ ରାତି ସାଢ଼େ ୮ଟା ମଧ୍ଯରେ କରାଯିବ । ପାଠପୁରୋଧାଙ୍କ ଦ୍ଵାରା ଦ୍ଵିତୀୟ ପ୍ରହର ପୂଜା ଓ ଚାରିପୂଜା ରାତ୍ରି ୧୦ଟା ମଧ୍ଯରେ ସାରିବାକୁ ସମୟ ସ୍ଥିର ହୋଇଛି। ରାତ୍ର ୧୦ରୁ ରାତି ଗୋଟାଏ ମଧ୍ଯରେ ରାଜପୁରୋଧାଙ୍କ ଦ୍ବାରା ବରଣ ହେବ ଏବଂ ପୁରୋଧାଙ୍କ ଦ୍ବାରା ଅଷ୍ଟମ ପୂଜା ସମ୍ପନ୍ନ କରାଯିବ । ଏହି ପୂଜାପାଇଁ ଢେଙ୍କାନାଳ ରାଜାଙ୍କ ପାଇଁ ଢେଙ୍କାନାଳ ଦେବୋତ୍ତର ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି। ପ୍ରଥମ ରାଜ ଦର୍ଶନଓ ପୂଜା ନିମିତ ରାଜା ସାହେବଙ୍କୁ ରାଜପୁରୋଧ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଦର୍ଶନ କରାଇବେ । ରାତ୍ର ଗୋଟାଏରୁ ସାଢ଼େ ୨ଟା ମଧ୍ଯରେ ରାଜ ପୁରୋଧାଙ୍କ ଦ୍ବାରା ରାତ୍ରର ଚତୁର୍ଥ ପ୍ରହର ସ୍ନାନ ଓ ଚାରିପୂଜା ସମାପନ କରାଯିବ । ରାତି ୩ଟାରେ ରାଜପୁରୋଧା ଏବଂ ପୂଜକମାନଙ୍କ ଦ୍ବାରା ମହାରୂଦ୍ରାଭିଷେକ ହେବ । ରାତି ୩ଟାରୁ ୩ଟା ୪୦ମଧ୍ଯରେ ଶ୍ରୀଜୀଉଙ୍କୁ ମହାଁସ୍ନାନ କରାଯାଇ ପବିତ୍ର ନାଗାଭରଣ ବେଶ ଅନୁଷ୍ଠିତ ହେବ ।ପଞ୍ଚବକ୍ର ପୂଜା ରାଜପୁରୋଧାଙ୍କ ଦ୍ବାରା ଏହା ପରେ ଦିିତୀୟବାର ରାଜାସାହେବ ନାଗାଭରଣ ବେଶ ଦର୍ଶନ କରିବେ । ରାତ୍ର ୩ଟା ୫୫ ମିନିଟ୍ ଠାରୁ ପୁଜାପଣ୍ଡାଙ୍କ ଦ୍ବାରା ମନ୍ଦିର ବେଢ଼ା ପୂଜା,ବେଢ଼ା ପରିକ୍ରମା ଏବଂ ମହାଦୀପ ଉଠାଣ କାର୍ଯ୍ୟ ଅନୁଷ୍ଠିତ ହେବ । ତେବେ ପ୍ରାତଃ ୪ଟା ୨୦ମିନିଟରେ ମହାଦୀପ ଉଠିବାକୁ ଅମୃତବେଳା ସ୍ଥିର ହୋଇଛି। ମହାଦୀପ ଉଠିବା ପରେ ରାତ୍ର ୪ଟା ୨୫ମିନିଟରେ ହରିହର ଭେଟ ହେବ ।ପହୁଡ଼ ମାତ୍ର ୪ମିନିଟ୍ ପାଇଁ କରାଯିବା ସହ ୪ଟା ୫୦ ମିନିଟରେ ମହାପ୍ରଭୁଙ୍କ ଯୋଗନିଦ୍ରା ଭଙ୍ଗ କରାଯାଇ ପ୍ରାତଃ ୫୪ଟା ୫୦ମିନିଟ୍ ସମୟରେ ଯୋଗୀବେଶ ହେବ। ଜିଲ୍ଲା ତଥା ଜିଲା ଵାହାରୁ ଆସି ଅପେକ୍ଷାରତ ପୋଗୀମାନଙ୍କ ଦ୍ବାରା ଏହି ବିରଳ ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ସକାଳ ୬ଟା ମଧ୍ଯରେ ମନ୍ଦିର ସଫେଇ ଏବଂ ମାଘ ସ୍ନାନ ଅନୁଷ୍ଠିତ ହେବ । ୬ଟା ୧୧ମିନିଟ୍ ୩୧ସେକେଣ୍ଡ ମଧ୍ଯରେ ପ୍ରଭୁଙ୍କର ଜୟମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ଦୈନନ୍ଦିନ ନିତ୍ଯ ଧୂପାଦି ହେବ। ଢେଙ୍କାନାଳ ରାଜପୁରୋଧା ପଞ୍ଚାନନ ମିଶ୍ରଙ୍କ ଜାଗର ପୂଜାବିଧି ଓ କାର୍ଯ୍ୟନିର୍ଘଣ୍ଟ ଅନୁଯାଇ ଏହି ସବୁ ନୀତି ସମ୍ପନ୍ନ ହେବ । ଭିଡ଼କୁ ନଜରରେ ରଖି ସିଂହଦ୍ବାରା ସମ୍ମୁଖରୁ ଷ୍ଟିଲ ଗେଟ ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ କରାଯାଇଛିଯାହାକି ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହିତ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ସେହିପରି ଦେବୋତ୍ତର ବିଭାଗ ପକ୍ଷରୁ ବାରବାଙ୍କ ରେ ବ୍ୟାପକ ବିଦ୍ୟୁତ୍ ବ୍ୟବସ୍ଥା କରାଯାଇଛି ତତ୍ ସହିତ ମୃଗ ବିହାର ଠାରୁ ବୃଶବ ପର୍ଯ୍ୟନ୍ତ ୫ଗୋଟି ଜେନେରୋଟର ଓ ୧୩୫୨ପାହାଚ ପାଇଁ ୫ଗୋଟି ଜେନେରେଟର ଓ ମନ୍ଦିର ଉପରେ ୪ଗୋଟି ଯେନେରୋଟର ବ୍ୟବସ୍ଥା କରାଯାଇଛି ଜାଗର ଦିନ ଭକ୍ତ ମାନଙ୍କ ନିମନ୍ତେ ଏକ ଟ୍ରିପ ବିଶୁଦ୍ଧ ବୋତଲ ପାନୀୟ ଜଳର ବ୍ୟବସ୍ଥା ସହିତ ଉପରେ ଥିବା ସବୁ ପାଣି ଟାଙ୍କି ଗୁଡିକରେ ବିଶୁଦ୍ଧ ପାନୀୟ ଜଳ ଗଛିତ ରହିଛି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ଏବଂ କପିଳାସ ଚନ୍ଦ୍ରଶେଖରଜୀଉ କଳା ପରିଷଦ ପକ୍ଷରୁ ଓଡ଼ିଶାର ଲଚ୍ଧ ପ୍ରତ୍ରିଷ୍ଠିତ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ପୀଠରେ ସାରାରାତି ଭଜନ ସମାରୋହର ଆୟୋଜନ କରାଯାଉଛି।
