*ନୂଆପଡ଼ାରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।*
ନୂଆପଡ଼ା(ମିଖାଏଲ ନନ୍ଦ)
ତା,୧୪.୦୨
ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ଉପଲକ୍ଷେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ନୂଆପଡ଼ା ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ମଧୁସୁଦନ ଦାସ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ମହିଳାମାନଙ୍କ ସଶକ୍ତିକରଣରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ l ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କ ଆତ୍ମବିଶ୍ୱାସ ଓ ସମ୍ମିଳିତ ଭାବନା ବୃଦ୍ଧି ପାଇବ ବୋଲି କହିଥିଲେ। ଉଦ୍ଘାଟନୀ ଅବସରରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ. ଗୀତା ଓ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ, ପ୍ରୋଗ୍ରାମ ଅଫିସର୍ ନମିତା ପାଢ଼ୀ, ମଞ୍ଜୁଲତା ଶୁକ୍ଳା, ଦେବକୀ ମଲ୍ଲିକ, ନିରୁପମା ନାଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଅବସରରେ କବାଡ଼ି, ଖୋ-ଖୋ, ରସି ଟଣା, ରଙ୍ଗୋଲି ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲାର ନୂଆପଡ଼ା, କୋମନା, ଖରିଆର, ବୋଡେନ ଓ ସିନାପାଲି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନେ ଏହି କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ।
ଏହି ପ୍ରତିଯୋଗିତାରେ ବିଜେତା ଦଳମାନଙ୍କୁ ଆସନ୍ତା ଅନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ) ଅବସରରେ ରାଜ୍ୟ ସ୍ତର ଓ ଜିଲ୍ଲା ସ୍ତରରେ ପୁରସ୍କାର ପ୍ରଦାନ କରାଯିବ।ଏହି କ୍ରୀଡା ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ମହତାବ ଆଡଯୁଆଡ଼, ବିଦ୍ୟାଧର ମାଝୀ, ମଦନଲାଲ ଦଣ୍ଡସେନା, ଗୋଦାବରୀ ରାଉତରାୟ, ନିରୁପମା ପଟେଲ ଓ ଚମନଲାଲ ରାଉତ ସୁଚାରୁ ଭାବେ ପରିଚାଳନା କରିଥିଲେ।
ଏହି ପ୍ରତିଯୋଗିତାର ସମନ୍ୱୟ ଓ ପରିଚାଳନାରେ ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ମିଶନ ସଂଯୋଜକ ଆଶିଷ ରଞ୍ଜନ ଖମାରୀଙ୍କ ସହ ନାରଦ ଛତର, ସଞ୍ଜୟ ବନ୍ଦିଛୋର, ଶ୍ରୀମତୀ ଇପ୍ସିତା ରାଜପୁତ, ରମାକାନ୍ତ ସେଠୀ, ଦେଶରାମ ହରିଜନ, ରାକେଶ ନାଗ, ସୁମିତ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଲିଙ୍ଗ ବିଶେଷଜ୍ଞ ନାରଦ ଛତର ଧନ୍ୟବାଦ ଜ୍ଞାପନ କରିଥିଲେ।
