*ଗାଇସିଲେଟ ଠାରେ ପୁଲୱାମା ଘଟଣାରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି* ।
ବରଗଡ :(ନି, ପ୍ର) ପୂଲୱାମା ଠାରେ ୨୦୧୯ ମସିହା ୧୪ ଫେବୃଆରୀ ତାରିଖରେ ଘଟିଥିବା ନିର୍ମମ ଆତ୍ମଘାତୀ ଆକ୍ରମଣର ସ୍ମୃତିରେ ଆଜି ସମଗ୍ର ଦେଶ ଶ୍ରଦ୍ଧା ଓ ନମନରେ ନତ ହୋଇଛି। ଏହି ଆକ୍ରମଣରେ ୪୦ ଜଣ ବୀର ଯବାନ ଦେଶର ସୁରକ୍ଷା କରିବା ବେଳେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଏହି ଦିନକୁ ଅବସର କରି ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା, ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଓ ନିରବ ପ୍ରାର୍ଥନାର ଆୟୋଜନ କରାଯାଇଥିବା ବେଳେ ଆଜି ଗାଇସିଲେଟ ୟୁଥ୍ କ୍ଲବ ସଭାପତି ରଞ୍ଜନ କୁମାର ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ଶହୀଦ ଛକଠାରେ ଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ୟୁଥ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝି, ଥାନାଧିକାରୀ ଏମ.ମିଞ୍ଜ,ସରପଞ୍ଚ ଶରତ କାଲୋ, ସଂଜୟ ପୁରୋହିତ, ସୁଶାନ୍ତ ପାଣିଗ୍ରାହୀ, ବରିଷ୍ଠ ନାଗରିକ ସଂଘର ସଭାପତି ରବିନ୍ଦ୍ର ପଣ୍ଡା, ବଣିକ ସଂଘର ସଭାପତି ଖିରେଶ୍ୱର ସେଠ,ସରୋଜ ପୁରୋହିତ, କଳଙ୍ଗାପାଲି ବଣିକ ସଂଘର ବୁଦ୍ଧଦେବ ପୁରୋହିତ, ଡୋଲାମଣୀ ସାହୁ ଓ ସଦସ୍ୟବୃନ୍ଦ, ୟୁଥ କ୍ଲବ ସଦସ୍ୟ, ଆଥଲେଟିକସ୍ ଏସୋସିଏସନ୍ ସଭାପତି ପ୍ରକାଶ କଲେତ ଓ ସଦସ୍ୟ,ପୋଲିସ କର୍ମଚାରୀ, ତ୍ରିବିକ୍ରମ ପୁରୋହିତ, ନରେଶ ପାଣିଗ୍ରାହୀ, ତନ୍ମୟ ପୁରୋହିତ ଏବଂ ଅମରେଶ ପୁରୋହିତ ସହ ଅନେକ ଜନସାଧାରଣ ଉପସ୍ଥିତ ଥିଲେ।ଏହି ଅବସରରେ ସମସ୍ତେ ଦେଶର ଏକତା, ଅଖଣ୍ଡତା ଓ ସାମ୍ପ୍ରଦାୟିକ ସମ୍ମିଳନ ରକ୍ଷା ପାଇଁ ସଙ୍କଳ୍ପ ଗ୍ରହଣ କରିଥିବା ବେଳେ ସେହି ବୀର ସନ୍ତାନମାନଙ୍କର ଅପରିମିତ ସାହସ ଓ କର୍ତ୍ତବ୍ୟନିଷ୍ଠା ଭାରତର ଇତିହାସରେ ସଦା ସ୍ଵର୍ଣ୍ଣାକ୍ଷରରେ ଲେଖାଯିବ। ଦେଶ ତାଙ୍କର ଋଣୀ ରହିବ। ସହିଦମାନଙ୍କ ପରିବାର ପ୍ରତି ସମଗ୍ର ଜାତି ଏକତା ଓ ସମବେଦନା ପ୍ରକାଶ କରିଛି। ବଳିଦାନର ଏହି ପବିତ୍ର ମାଟିରେ ଜନ୍ମ ନେଇ ଆମେ ଗର୍ବିତ। ସହିଦମାନଙ୍କ ସ୍ଵପ୍ନର ଭାରତ ଗଢ଼ିବା ହେଉଛି ଆମ ସତ୍ୟ ଶ୍ରଦ୍ଧାଞ୍ଜଳି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ।
