ବୌଦ୍ଧ ଆହାର କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ, ନିଜେ ଆହାର ଖାଇ କଲେ ମାନ ପରୀକ୍ଷଣ : ଅଦ୍ୟ ତl.14.2.2026 ରିଖ
ଶନିବାର ଦିନ ଦିବା ଘ. 12.30 ମିନିଟ ସମୟରେ ବୌଦ୍ଧ ଡାକ୍ତରଖାନା ନିକଟରେ ଥିବା ଏନ ଏ ସି ପରିଚାଳିତ ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ l ଜିଲ୍ଲାପାଳ ଶ୍ରୀ ନାୟକ ଆହାର କେନ୍ଦ୍ରରେ ପହଞ୍ଚି ଦାୟିତ୍ବରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହ ଆଲୋଚନା କରି ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା ପରିଦର୍ଶନ କରିଥିଲେ | ଜିଲ୍ଲାପାଳ ନିଜେ ଆହାର ଖାଇ ଖାଦ୍ୟର ମାନ ମଧ୍ୟ ଯାଞ୍ଚ କରିଥିଲେ | ପରିଦର୍ଶନ ସମୟରେ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଓ ଅନ୍ୟ ଅଧିକାରୀ ମାନେ ମଧ୍ୟ ସାମିଲ୍ ହୋଇଥିଲେ |
