*କୁଲିଆରୀ ଗ୍ରାମରେ ଭିବି-ଜୀ ରାମ ଜୀ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ* ।
ବରଗଡ :(ନି, ପ୍ର )ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମରେ ଭିବି-ଜି ରାମ ଜୀ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପିଓ କେତନ ପଧାନଙ୍କ ନେତୃତ୍ୱରେ ଏବିଡ଼ିଓ ଭିଷ୍ମଦେବ ମାଝୀ,ଜିପିଓ ବିନୟ କୁମାର ବେହେରା, ପିଇଓ କାର୍ତିକେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ସରକାରଙ୍କ ବିଭି ଜୀ ରାମ ଜୀ ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନ କରିଥିଲେ ସେ କହିଥିଲେ ଏହି ଯୋଜନାରେ ପୁର୍ବରୁ ଶ୍ରମିକ ମାନଙ୍କୁ ୧୦୦ ଦିନ କାର୍ଯ୍ୟ ମିଳୁଥିଲା ବର୍ତ୍ତମାନ ଶ୍ରମିକଙ୍କୁ ୧୨୫ ଦିନରେ ରୋଜଗାର ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ଵ ରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଭିବି ଜି ରାମ ଜୀ ବିଲ ସଂସଦରେ ପାସ ହୋଇ ଆଇନର ପ୍ରଣୟନ ହୋଇଛି। ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ସ୍ବରୋଜଗାର ଯୋଜନା ଲକ୍ଷ୍ୟକୁ ବାସ୍ତବରେ କିପରି ହାସଲ କରାଯାଇ ପାରିବ ତାହା ହେଉଛି ବିକଶିତ ଭାରତର ଉଦ୍ଦେଶ୍ୟ। ଏଥିରେ ବିଶେଷ କରି ଗ୍ରାମାଞ୍ଚଳର ଭିତ୍ତିଭୂମି ତଥା ସାମଗ୍ରିକ ବିକାଶ ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷରେ ଏହି ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଗ୍ରାମାଞ୍ଚଳ ବିକାଶ ପାଇଁ ଚାରୋଟି କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଛି ଯେପରିକି ଜଳ ସୁରକ୍ଷା,ଗ୍ରାମୀଣ ମୌଳିକ ଭିତ୍ତିଭୂମିର ବିକାଶ,ଜୀବିକା ରେ ଉନ୍ନତ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ,ଏହି ଯୋଜନା ଦ୍ୱାରା ସ୍ଥାୟୀ ବିକାଶ ସୁନିଶ୍ଚିତ ହେବ ବୋଲି ଏବିଡ଼ିଓ ଶ୍ରୀଯୁକ୍ତ ମାଝୀ ପ୍ରକାଶ କରିଥିବା ବେଳେ ଆଗାମୀ ଦିନରେ ଏହି ଯୋଜନା ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ଜନଜାଗରଣ ସୃଷ୍ଟି କରିବ ସେ ବିଷୟରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲ ।
