*ଦଶମ ବାର୍ଷିକ ଆମ ସୀମାନ୍ତ ମହୋତ୍ସବ-୨୦୨୬*
___________________
ତା/ ୧୧/୦୨/୨୬(ନି.ପ୍ର (ଅଂଶୁମାନ ଘୋଷ) ବାଙ୍ଗରିପୋଷି (ଭାଞ୍ଜଦୂତ ଖବର):-ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ରୁ ଠିକ୍ ୧୧ କି.ମି. ଝାରପୋଖରିଆ ଅନ୍ତର୍ଗତ ବମ୍ବେଛକ ଠାରେ ଆମ ସୀମାନ୍ତ ବର୍ତ୍ତି ଅଞ୍ଚଳରେ ଦଶମ ବାର୍ଷିକ ଆମ ସୀମାନ୍ତ ମହୋତ୍ସବ ଆୟୋଜିତ ହେଇଯାଇଛି। ଏହି ମହୋତ୍ସବ ଟି ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି।ଆମ ଅଞ୍ଚଳର କଳା,ସଂସ୍କୃତି ପରମ୍ପରା,ଐତିହ୍ୟ ଓ ବନ୍ଧୁତ୍ଵର ନିଆରା ମହାପର୍ବ ସୀମାନ୍ତ ଅଞ୍ଚଳର ଆମ ମହୋତ୍ସବ ବମ୍ବେଛକ ନିକଟସ୍ଥ ଦୁର୍ଗା ମଣ୍ଡପ ପଡ଼ିଆ ରେ ଆରମ୍ଭ ହୋଇଛିା ଏହି ମହୋତ୍ସବ ଆରମ୍ଭର ପ୍ରଥମ ଦିନରେ ସ୍ଥାନୀୟ ଅଞ୍ଚଳର ସୈନିକ ସ୍କୁଲ ଛାତ୍ର ଛାତ୍ରୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ଓ ସ୍ଥାନୀୟ ସୀମାନ୍ତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହିତ ଆମ ସୀମାନ୍ତ ମହୋତ୍ସବ ସମିତି ର ସମସ୍ତ କାର୍ଯ୍ୟକର୍ତ୍ତା ସମୁହ ବମ୍ବେ ଛକ ଲୋକନାଥ ଶିବ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା କରି ଝାରପୋଖରିଆ ବଜାର ଦେଇ ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ।ସେଠାରେ ସ୍ଥାନୀୟ ମନ୍ଦିରର ପୂଜକ ଦ୍ବାରା ଭୂମି ପୂଜା କରାଯାଇ ମହୋତ୍ସବ ର ଧୂଜା ଉତ୍ତୋଳନ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବରେ ସୀମାନ୍ତ ମହୋତ୍ସବ ସମିତିର ସମ୍ପାଦକ ଶ୍ରୀଯୁକ୍ତ କ୍ରିଷ୍ଣା କେଶବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା, ସମ୍ମାନୀତ ଅତିଥି ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ସମିତିର ଉପଦେଷ୍ଟା ଆଇନଜୀବୀ ଶ୍ରୀଯୁକ୍ତ ତାପସ କୁମାର ଦତ୍ତ ପ୍ରମୁଖ ମହୋତ୍ସବ ମଞ୍ଚରେ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ମଣି ଶଙ୍କର ବାରିକଙ୍କ ସହିତ ଶ୍ରୀଯୁକ୍ତ ଚ଼ିନ୍ମୟ ସାହୁ ମଞ୍ଚ ପରିଚାଳନା ସହ ଉତ୍ସବ କାର୍ଯ୍ୟ ଆରମ୍ଭ କରିଥିଲେ। ଆମ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଜନସାଧାରଣଙ୍କ କଳା, ସଂସ୍କୃତି, ପରମ୍ପରା,ଐତିହ୍ୟ ଓ ବନ୍ଧୁତ୍ବ ର ନିଆରା ପର୍ବ ପର୍ବାଣୀ କୁ ଉଦ୍ ଯାବିତ କରିବାକୁ ନେଇ ଆମ ସୀମାନ୍ତ ମହୋତ୍ସବ ସମିତି ପକ୍ଷରୁ ଏହା ଏକ ଅଭିନବ ପ୍ରୟାସ ଜାରି ରଖିବାକୁ ନେଇ ଏହି ମହୋତ୍ସବ ର ମୂଳ ଲକ୍ଷ୍ୟ ବୋଲି ସମ୍ମାନୀୟ ଅତିଥିଗଣ ନିଜର ବ୍ୟକ୍ତବ୍ୟ ରଖିଥିଲେ। ସନ୍ଧ୍ୟା ସମୟରେ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଜଗତର ଅଭିନେତା ଓ ଅଭିନେତ୍ରୀ ମଞ୍ଚରେ କଳା କୁ ପରିଦର୍ଶନ କରିଥିଲେ। ଅନ୍ତିମ ଦିନ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଏବଂ ତାଙ୍କ ସହିତ ପୁର୍ବତନ ବିଧାୟକ କାନ୍ଦ୍ରା ସୋରେନ,ସରସକଣା ବିଧାୟକ ଭାଦବ ହାଁସଦା ମଞ୍ଚରେ ଉପସ୍ଥିତ ହୋଇଥିଲେ।
