ଡିଜେ କୁ ସମ୍ପୂର୍ଣ ନିଷେଧ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାମଚନ୍ଦ୍ରପୁର ଗ୍ରାମବାସୀ |
ଯାଜପୁର (ଭଞ୍ଜଦୂତ:ନିପ୍ର)ସରୋଜ କୁମାର ଧଳ
ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପଦା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମ ସମାଜ ସେବୀ ଶ୍ରୀ ଯୁକ୍ତ ସୁରେନ୍ଦ୍ର ମହାଳିକ ଙ୍କ ନେତୃତ୍ୱରେ ଗ୍ରାମ ବାସୀଙ୍କ ସହଯୋଗ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି | ଏହି ପରିଚୟ ସମସ୍ତ ଗ୍ରାମ ବାସୀଙ୍କ ମନରେ ଏକ ଖୁସିର ଲହର ଖେଳି ଯାଇଛି | ମୁଖ୍ୟ ହେଲା ଡିଜେ ନିଷେଧ କୁ ନେଈ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଗ୍ରାମବାସୀବୃନ୍ଦ | ଡିଜେ ଶବ୍ଦରେ ବୃଦ୍ଧ ଓ ବୃଦ୍ଧା ମାନଙ୍କ ରକ୍ତ ଚାପ ଜନିତ ସମସ୍ୟା ହେବା ସହ ଶିଶୁ ଓ ଛୋଟ ପିଲା ମାନଙ୍କ ମଧ୍ୟରେ ମାନସିକ ଚାପ କୁ ନଜର କରି ଗ୍ରାମବାସୀ ଏହି ନିଷ୍ପତି ନେଇଛନ୍ତି। ଉଚ୍ଚ ନ୍ୟାୟାଳୟ ଏଥି ନେଈ କଢ଼ାକଢ଼ି ନିୟମ କରିଥିବା ସତ୍ୱେ ବୋହୁ ଜାଗାରେ ଡିଜେ ଚାଲିଛି ଓ ପ୍ରଶାସନିକ କ୍ଷେତ୍ରରେ ଏହି କଟକଣା କାର୍ଯ୍ୟକାରୀ ହୋଇ ପାରୁ ନଥିବା ବେଳେ ଆଜି ରାମଚନ୍ଦ୍ରପୁର ଗ୍ରାମ ବାସି ସ୍ୱାଗତ ଜଣାଇ ଡିଜେ କୁ ବାଏ ବାଏ କରିଥିବାରୁ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି | ଗ୍ରାମ ବାସୀ ଙ୍କ ମିଳିତ ଉଦ୍ୟମ ରେ ଆମ ଗାଁ ଆମ ପରିଚୟ ନାମରେ ଏକ ସଂଗଠନ ଗଢି ତୋଳିଛନ୍ତି | ଗ୍ରାମରେ ଯେତେ ମନ୍ଦିର, ମଠ ହେଉ ଅବା ପରିବେଶ ର ସୌନ୍ଦର୍ଯ୍ୟ କରଣରେ ନିଜ ପରିଶ୍ରମ ବଳରେ ମୁଣ୍ଡ ଝାଳ ତୁଣ୍ଡରେ ମାରୀ ବିନା ସରକାରୀ ସହାୟତା ଲୋଡି ଆଜି ସାରା ଅଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି | ସମସ୍ତ ଙ୍କ କହିବା କଥା ଗାଁ ସୁଧୁରିଲେ ସହର ସୁଧୁରିବ ଏହାର କୌଣସି ସନ୍ଦେୟ ନାହିଁ। ଆଗ ନିଜକୁ ସଜାଡ ଅନ୍ୟମାନେ ଆପେଆପେ ସୁଧିରି ଯିବେ। ଉତ୍ତମ ଚିନ୍ତା ଧାରା ଓ ମହତ୍ୱ କାର୍ଯ୍ୟକ୍ରମ କରିବାରେ ଏ ଗ୍ରାମ ସବୁବେଳେ ଆଗାରେ। ଖାଲି ପଞ୍ଚାୟତ ରେ ନୁହେଁ ସାରା ନିର୍ବାଚନ ମଣ୍ଡଳୀ ରେ ଏହି ଗ୍ରାମର ନାମ ଶୀର୍ଷରେ।
