*ସୁକିନ୍ଦା ଶିଳ୍ପ ମହୋତ୍ସବ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ l*
ଯାଜପୁର କଳିଙ୍ଗନଗର,ଭଞ୍ଜଦୁତ ତା୯/୨ ସୁକିନ୍ଦା ଶିଳ୍ପ ମହୋତ୍ସବ ସୋମବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ପୂର୍ବାହ୍ନରେ ସୁକିନ୍ଦା ବିଧାୟକ ତଥା ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଓ କୋରେଇ ବିଧାୟକ ଆକାଶ ଦାସନାୟକ ମହୋତ୍ସବ ପତାକାକୁ ମିଳିତ ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅତିଥ୍ୟାମାନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ନୃତ୍ୟ ସଂଗୀତରେ ଦାନଗଦିର ମିଲିଟାରୀ ଛକଠାରୁ ମହାପାଟ ପଡ଼ିଆ ମହୋତ୍ସବ ମଞ୍ଚ ପର୍ଯ୍ୟନ୍ତ ଲୋକେ ପାଛୋଟି ଆଣିଥିଲେ। ମହୋତ୍ସବ କମିଟି ସଭାପତି ପ୍ରଶାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦାନଗଦି ବିଡିଓ ପ୍ରଦୀପ କୁମାର ସେଠୀ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସୁପ୍ରସନ୍ନ ମଲିକ,
ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିଅନର ସଭାପତି ସବ୍ୟସାଚୀ ବଳସାମନ୍ତ, ମହୋତ୍ସବ କମିଟି ସଂପାଦକ ସୁଧାଂଶୁ ଭଞ୍ଜ, ମଙ୍ଗଳପୁର ସରପଞ୍ଚ ବାବୁଲି ନାଟିଆ, ବିଜେପି ଜିଲ୍ଲା ଆଦିବାସୀ ସେଲର ସଭାପତି ରାଜେନ୍ଦ୍ର କାଲୁଣ୍ଡିଆ ପ୍ରମୁଖ ସାମିଲ ରହିଥିଲେ। ସନ୍ଧ୍ୟାରେ
ଅନୁଷ୍ଠିତ ସାଂସ୍କୃତିକ ମଞ୍ଚରେ ମୁଖ୍ୟ ଅତିଥ୍ ଭାବେ ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ ଯୋଗଦେଇ ଏପରି ଭବ୍ୟ ମହୋତ୍ସବ ଅୟୋଜନ ପାଇଁ ଆୟୋଜକଙ୍କୁ ଯେତେ ପ୍ରଶଂସା କଲେ ବି କମ ହେବ ବୋଲି କହିଥିଲେ । ରାତିରେ ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟିକା ଅସୀମା ପଣ୍ଡାଙ୍କ ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା। ଅସୀମାଙ୍କ ଗୀତ ତାଳରେ ମଞ୍ଚ ତ ଳେ ଦର୍ଶକ ନାଚିଥିଲେ । କମେଡିଆନ ରାଜୁ ଦାସ ହାସ୍ୟ ଅଭିନୟ ପରିବେଷଣ କରିଥିଲେ। ଆଲବମ ନାୟକ ଲୁବୁନଙ୍କ ନୃତ୍ୟଦଳ ଓ ଅସୀମାଙ୍କ ଗୀତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖୁଥୁଲା।
