
ବ୍ରହ୍ମପୁର -ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଏବଂ ବଜରଙ୍ଗ ଦଳ ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉପଲକ୍ଷେ ବାହାରିଥିବା ବାଇକ ରାଲି କୁ ମହୁରୀ ମଣ୍ଡଳ ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ କାଳୁପାତ୍ର ସାହି ତାଲୁକା ଛକ ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ର ମହତ୍ୱ କୁ ନେଇ ସହର ସାରା ବାଇକ ରାଲି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା କରାଯଇଥିଲା।ସୃଷ୍ଟିକର୍ତ୍ତା ବ୍ରହ୍ମା ଦ୍ୱାରା ସୃଷ୍ଟିର ସର୍ଜନା ଓ କାଳ ଗଣନା ପ୍ରାରମ୍ଭ, ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ରାଜ୍ୟଭିଷେକ, ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟଭିଷେକ, ସମ୍ରାଟ ବିକ୍ରମ୍ୱାଦିତ୍ୟଙ୍କ ସିଂହାସନ ଆରୋହଣ ଓ ବିକ୍ରମ ସମ୍ବତ ପ୍ରଚଳନ,ସ୍ୱାମୀ ଦୟାନନ୍ଦ ସରସ୍ବତୀ ଙ୍କ ଦ୍ୱାରା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା,ସନ୍ଥ ଝୁଲେଲାଲ ଓ ଗୁରୁ ଅରଂଦେବଙ୍କର ଜନ୍ମ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପ୍ରତିଷ୍ଠାତା ପରମ ପୂଜନୀୟ ଡ଼ଃ କେଶବ ବଳିରାମ ହେଡ଼ଗେଧ୍ଵରଙ୍କ ଜନ୍ମ ଏହି ସବୁ ଏହିଦିବସର ମହତ୍ୱ ବୋଲି ବଜରଙ୍ଗ ଦଳ ର ବ୍ୟକ୍ତି ମାନେ କହିଥିଲେ। ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ତୈଳିକ ବୈଶ୍ୟ ସମାଜର ଭଲଭାଇ ନାରାୟଣ ସାହୁ, ଉପସଭାପତି ଅଭିମନ୍ୟୁ ସାହୁ, ସମ୍ପାଦକ ଗୋପୀନାଥ ସାହୁ, ସାହସମ୍ପାଦକ ନାରାୟଣ ସାହୁ କୋଷାଧକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଉପଦେଷ୍ଟା ସୁବାଷ ଚନ୍ଦ୍ର ସାହୁ ଏବଂ ସୁଦାମ ସାହୁ, ନାରାୟଣ ସାହୁ, ଅଶୋକ ସାହୁ, ତୁମ୍ବା ସାହୁ, ଅନାମ ସାହୁ, ବାବୁ ସାହୁ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ।