ଦେଶୀମଦ ଜବତ,ଦୁଇ ଗିରଫ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ସୋର ଅବକାରୀ ବିଭାଗ ତରଫରୁ ଶିଙ୍ଗାଖୁଣ୍ଟା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସ୍କୁଟି ସହ ଦେଶୀମଦ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକ ଏକ ଟିମ ସହ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗ୍ରାମରେ ଚଢ଼ାଉ କରି ବାଗୁନୂ ନାଇକ ନିକଟରୁ ୮୦ ଲିଟର ଦେଶୀମଦ ଜବତ କରିବା ସହିତ ତାକୁ ଗିରଫ କରିଥିଲେ। ସେହିପରି ଏହି ଟିମ ସରଳିଆ ଗ୍ରାମ ରାସ୍ତାରେ ଚଢ଼ାଉ କରି ଓଡି ୩୩ କେ ୬୫୮୪ ନମ୍ବର ବିଶିଷ୍ଟ ସ୍କୁଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେଥିରେ ୫୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ମଦ ସହ ସ୍କୁଟିକୁ ଜବତ କରିବା ସହିତ ସରଳିଆ ଗ୍ରାମର ନିରଞ୍ଜନ ବେହେରାକୁ ଗିରଫ କରିଥିଲେ। ଅପରାହ୍ନରେ ସୋର ମେଡ଼ିକାଲରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ବସନ୍ତ କୁମାର ବାରିକ, କନେଷ୍ଟବଳ ଶଶୀକାନ୍ତ ସାହୁ ଏବଂ ମିନତୀ ପରିଡା ସାମିଲ ହୋଇଥିଲେ।
