*ବିଭିନ୍ନ ବିଦ୍ଯାଳୟ ରେ ଇ- ସ୍କୁଲ ଓଡିଶା ଡିଜିଟାଲ ମିଶନ କାର୍ଯ୍ଯକ୍ରମ ଅନୁଷ୍ଠିତ*
ବସ୍ତା:- ୦୭/୦୨/୨୦୨୬ (ନି ପ୍ର)
ବିଦ୍ଯାଳୟସ୍ତର ରେ ଛାତ୍ର ଛାତ୍ରୀ ମାନଙ୍କୁ ବୈଶୟିକ ଶିକ୍ଷା କ୍ଷେତ୍ରରେ ପ୍ରଶିକ୍ଷଣ ପାଂଇ ଆଇ ଇ ସି ଲିମିଟେଡ ପକ୍ଷରୁ ଓଡିଶା ଡିଜିଟାଲ ବିଦ୍ୟାଳୟ ମିଶନ ମାଧ୍ଯମରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ର ବିଭିନ୍ନ ବିଦ୍ଯାଳୟ ରେ ଇ ସ୍କୁଲ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି, ଆଇ ଇ ସି ର ସମ୍ପାଦକ ରାମ ଚନ୍ଦ୍ର ରାଉଳ ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନ ରେ ଅନୁଷ୍ଠିତ କାର୍ଯ୍ଯକ୍ରମ ରେ ମୁଖ୍ଯ ଅତିଥି ଭାବରେ ଆଇ ଇ ସି ର ସିଇଓ ରାକେଶ କୁମାର ମହାନ୍ତି ଯୋଗଦେଇ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରିଥିବା ବେଳେ ପ୍ରଥମ ଦିନରେ ଛାତ୍ର ଛାତ୍ରୀ ମାନେ ଡିଜିଟାଲ କ୍ଲାସ ରୁମ,ସ୍ମାର୍ଟ ଲର୍ଣ୍ଣିଂ ଓ କମ୍ପୁଟରର ମୂଳଭୂତ ଜ୍ଞାନ ,ବେସିକ ଆପ୍ଲିକେସନ, ଏଡଭାନ୍ସ ଡିଜିଟାଲ ସ୍କିଲ, ଓ ଇଣ୍ଟର ନେଟ ସଚେତନତା ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ,ଏହାଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ର ଉତ୍ସାହ ଏବଂ ଶିକ୍ଷକ ମାନଙ୍କ ସକ୍ରିୟ ସହଭାଗିତା ସ୍ପଷ୍ଟ ଭାବେ ପ୍ରତି ଫଳିତ ହେଉଥିଲା, ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀଙ୍କ ସମାନ ଭାବେ ଡିଜିଟାଲ ଶିକ୍ଷା ର ସୁଯୋଗ ପ୍ରଦାନ କରି ଭବିଷ୍ଯତ ଗଠନ କରିବା ଏହାର ମୂଳ ଲକ୍ଷ, ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କଲାପରେ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କୁ ଆନ୍ତର୍ଜାତୀୟ ସାର୍ଟିଫିକେଟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି, ଏହି ପ୍ରକଳ୍ପ ଟି ଆଇ ଇ ସି ଲିମିଟେଡ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏହି ପ୍ରଶିକ୍ଷଣ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ବୈଶୟିକ ଶିକ୍ଷା କ୍ଷେତ୍ରେରେ ଉଜ୍ଜ୍ବଳ ଭବିଷ୍ୟତ ତିଆରି ହେବାରେ ସମ୍ପୂର୍ଣ୍ଣ ସହାୟକ ହେବ ବୋଲି ଆଇ ଇ ସି ର ସିଇଓ ରାକେଶ କୁମାର ମହାନ୍ତି କହିଛନ୍ତି, ଏହି ଅବସରରେ ଆଜି ବସ୍ତା ବ୍ଲକର ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟ, ସମ୍ଭୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ବସ୍ତା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଯାମଶୂଳି ଜୟଚଣ୍ଡୀ ଉଚ୍ଚ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ମାଷ୍ଟର ଟ୍ରେନର ମାଳତୀ ଲତା ପାତ୍ର, ବଳରାମ କାମିଳା, ସୁବ୍ରତ କୁମାର ସାହୁ, ସଞ୍ଜୟ କୁମାର ଦଳାଇ, ସୁସ୍ମିତା ପାତ୍ର, ହେମନ୍ତ ମହାଳିକ, ହେମନ୍ତ ରଣା, ଅଞ୍ଜନ ସାହୁ, ପ୍ରକାଶ ଦାସ, ଆଦିତ୍ୟ ପଣ୍ଡା, ପ୍ରତିମା ଗିରି, ଅନାଦି ଚନ୍ଦ୍ର ବେହେରା, ପରିଚାଳନା ସଂଯୋଜକ ଦେବାଶିଷ ପଣ୍ଡା ଜୟନ୍ତୀ ବେହେରା, ଉର୍ମିଳା ବିଶ୍ୱାଳ, ସୁପ୍ରିୟା ବାଗ, ସୁଶାନ୍ତ ଗିରି, କିରଣ ବାଳା ପ୍ରଧାନ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ବାଲେଶ୍ବର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
