ବିଧାୟକ ଙ୍କ ବିଭିନ୍ନ ପ୍ରକଳ୍ପ ର ଲୋକାର୍ପଣ
ଧର୍ମାନନ୍ଦ ସେଠି ଙ୍କ ଖବର
ଢେଙ୍କାନାଳ ଜିଲ୍ଲା
କଙ୍କଡ଼ାହାଡ଼ ବ୍ଲକ୍ ରେ ପର୍ଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ କଙ୍କଡ଼ାହାଡ଼ ବ୍ଲକ୍ ଗସ୍ତ କରିଥଲେ । ସକାଳ ୧୦ ଟା ସମୟ ରେ କୁଟୁରିଆ ପଂଚାୟତ ର ମଦରଗା ମୁଣ୍ଡ। ଠାରେ ଏକ କୋଟି ଷାଠିଏ ଲକ୍ଷ ଟଙ୍କା ର ଏକ ଚେକ୍ ଦ୍ୟାମ୍ ର ଭିତ୍ତିପ୍ରସ୍ତର ଓ କୌଶଲ୍ୟା ପାଲ ଠାରେ ମଧ୍ଯ ଏକ ନୂତନ ବ୍ରିଜ ର ଭିତ୍ତି ପ୍ରସ୍ତର କରିଥଲେ । ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଙ୍କ ସମେତ, ବ୍ଲକ୍ ଅଧ୍ୟକ୍ଷା ଚାରୁଲତା ମିଶ୍ର,ଜିଲ୍ଲା ପରିଷଦ ସଦସ୍ୟ ନବୀନ ସାହୁ, ଆତ୍ମା ର ଅଧ୍ୟକ୍ଷ, ମଣ୍ଡଳ ସଭାପତି ଜିତେନ୍ଦ୍ର କର,ପୂର୍ବତନ ଜିଲ୍ଲପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ସାହୁ,ମହତାବ ସାହୁ,ସୁକୁମାର ସାହୁ, ରାମଚନ୍ଦ୍ର ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ, ସେଠାରୁ ଗାଁ ଭିତର କୁ ଯାଇ ଲୋକ ଙ୍କ ଅଭିଯୋଗ ଶୁଣାଣୀ କରିଥିଲେ, ସେଠାରୁ ଯାଇ କଙ୍କଡ।ହାଡ଼ ଠାରେ ପଂଚାୟତ ଭବନ ଲୋକାର୍ପଣ, କେରଯୋଳି ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଶେଷରେ କାନ୍ତୋଲ ଠାରେ ଥିବା ସେବାଶ୍ରମ ର ଉଚ୍ଚବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ଯୋଗ ଦେଇଥିଲେ । ଏହି ଗସ୍ତ ରେ ବିଡିଓ ଯଶୋବନ୍ତ ଦେହୁରୀ, ବିଜେପି ର ଜିଲ୍ଲା ସଭାପତି ରାସ ବିହାରୀ ବେହେରା,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ମଣ୍ଡଳ। ସଭାପତି ଶୁଭେନ୍ଦୁ ପାଳ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।
