ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କଳାହାଣ୍ଡି: (କିଶନଶର୍ମା)-ତା ୦୭-୦୨-୨୦୨୬ ରିଖ ଦିନ ଭବାନୀପାଟଣା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ର କୁଳପତି ଡ଼. ନିବେଦିତା ନାଥ ସମ୍ମାନିତ ଅତିଥି ରୂପେ ସରକାରୀ ସ୍ଵୟଂସାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗର ପୂର୍ବତନ ମୁଖ୍ୟ ଡ଼. ଅଜୟ ମିଶ୍ର , ମୁଖ୍ୟବକ୍ତା ରୂପେ ସରକାରୀ ସ୍ଵୟଂସାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ଦଳାଇ,ଅନ୍ୟତମ ଅତିଥି ରୂପେ ବିଶ୍ଵବିଦ୍ୟାଳୟ ର କୁଳସଚିବ ଡ଼. ଗୁଣନିଧି ନାଏକ ଓ ଉପ କୁଳସଚିବ ମେଜର ଡ଼.ଜୟଦେବ ସାହୁ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଆଗାମୀ ଭବିଷ୍ୟତ ର ଗଠନ ପାଇଁ ଉପଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁବ୍ରତ କୁମାର ପାଣିଗ୍ରାହୀ ସଭାପତିତ୍ୟ କରିଥିବା ବେଳେ ଆଶିଷ ମହାପାତ୍ର ଲିପ୍ସା ମହାରଣା ଅଶୋକ ପାଢ଼ୀ ମଞ୍ଚ ପରିଚାଳନା କରି ଥିଲେ। ଅତିଥି ମାନଙ୍କ ଦ୍ଵାରା ବାର୍ଷିକ ପତ୍ରିକା ଦୂର୍ବା ଏବଂ ଗଣିତ ବିଭାଗର ମୁଖ୍ୟ ଡ଼ ପ୍ରଦୀପ କୁମାର ପ୍ରଧାନ ଙ୍କ ସମ୍ପାଦିତ ଗଣିତ ପୁସ୍ତକ ର ଉନ୍ମୋଚନ କରାଯାଇଥିଲା।ବିଭିନ୍ନ ପ୍ରତିଯୋଗିତା ର ପୁରସ୍କାର ପ୍ରଦାନ କରାଯାଇଥିଲା ଓ ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
