ଚାନ୍ଦୁଆ ରେ ରୋହିଦାସ ସିଂନାଗ ଙ୍କ ୯୨ ତମ ଜନ୍ମଦିବସ ପାଳିତ କୁଳିଅଣା -ଅଦ୍ୟ ୫.୦୨.୨୦୨୬ ରିଖ ମୁଣ୍ଡାରୀ ଲିପିର ସୃଷ୍ଟା ଅଲଗୁରୁ ରୋହିଦାସ ସିଂ ନାଗ ୯୨ ତମ ଜନ୍ମ ଜୟନ୍ତୀ ତାଙ୍କ ଜନ୍ମମାଟି ଚାନ୍ଦୁଆ ଗ୍ରାମରେ ପାଳନ କରାଯାଇଛି । ପୂର୍ବାହ୍ନ ୧୧ ଘଟିକା ସମୟରେ ଚାନ୍ଦୁଆ ଗ୍ରାମର ଦେହୁରୀଙ୍କ ଦ୍ୱାରା ମୁଣ୍ଡାରୀ ପରମ୍ପରା ଅନୁସାରେ ଅଲଗୁରୁରୋଇଦାସ ନାଗ ମାରାଂଗଙ୍ଗେ ଜୟପାଲ ସିଂ ମୁଣ୍ଡା ତଥା ଭଗବାନଧାରିତ ଆବା ବିରିଷା ମୁଣ୍ଡା ପ୍ରତିମୃତି କୁ ପୂଜା ଅର୍ଚ୍ଚନା କରିଥିଲେ । ପୂଜାରେ ପ୍ରସାନ ସେବନ ସହିତ ସୃତି ସଭା ଆୟୋଜନ କରାଯାଇଥିଲା ଉକ୍ତ ସଭା କୁ ଚାନ୍ଦୁଆ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ପ୍ରଦୀପ ସିଂ ପରିଚାଳାନା କରିଥିଲେ . ସଭାରେ ସୁଶ୍ରୀ ସୁଭଦ୍ରା ସିଂ ଅଲଗୁର ଙ୍କ ସୃତି ଚାରଣ କରିଥିଲେ।ମୁଣ୍ଡାରୀ ଭାଷାର ସମ୍ମନୟ ସମିତି କୁଳିଅଣା ବ୍ଲକ ଆବାହକ ସତ୍ୟବାନ ସିଂ ମୁଣ୍ଡାରୀ ଭାଷାର ପ୍ରଚାର ପ୍ରସାର ଦିଗରେ ଆଲୋକ ପାତ କରିଥିଲେ, ମୁଣ୍ଡାରୀ ଭାଷାର ଗୁରୁତ୍ୱ ବିଷୟରେ ବିଷଦ ଆଲୋଚ଼ନା କରି ଥିଲେ । ମୁଣ୍ଡା ଶାସନ ଗୁଟଗାମର ଜିଲା ସଭାପତି ମନରଞ୍ଜନ ସିଂ ମୁଣ୍ଡା ସ୍ୱଶାସନ ବ୍ୟବସ୍ତାର ବିସ୍କୃତ ଆଲୋଚ଼ନା କରିଥିଲେ । ମୁଖ୍ୟ ବ୍ୟକ୍ତା ଭାବେ ସମାଜ ସେବୀ ଓ ପୂର୍ବତନ ସରପଞ୍ଚ ସର୍ଗ ଛିଡା ର ଶ୍ରୀଯୁକ୍ତ ସୁନ୍ଦର ମୋହନ ସିଂ ମୁଣ୍ଡାରୀ ସମାଜ ଇତିହାସ କଣ ଥିଲା ତା ଉପରେ ଆଲୋଚନା କରିଥିଲେ. ବର୍ତମାନ କଣ ଅଛି ଆଉ ଭବିଷ୍ୟତ କେଉଁ ଦିଗ ପରିବର୍ତ୍ତନ କରିବ ବିଷଦ ଆଲୋଚନା କରିଥିଲେ ପରିଶେଷରେ ଚାନ୍ଦୁଆ ଗ୍ରାମର ହାତୁମୁଣ୍ଡା ଶ୍ରୀଯୁକ ରଙ୍ଗ ଲାଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା . ଉକ୍ତ ସାଂସୃତିକ କାର୍ଯ୍ୟକ୍ରମରେ ପାଟଶାଣୀ ପୁର ଉଦଳା ଟିନେଇ ସର୍ଗଛିଡ଼ା ଚାନ୍ଦୁଆ ସାନସାରାଷ ପୋଷି ,କଖାରୁ ଶୋଳ କାରମ ଯାଦୁର ନୃତ୍ୟ ଦଳ ନୃତ୍ୟଗିତ ପରିବେଷଣ କରିଥିଲେ। ଏଥିରେ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ . I
