ରାଧାନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ରେ ୫୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ବିଦ୍ୟାଳୟର ବାର୍ଷିକ ଉତ୍ସବ ହେଉଛି ଗୋଟିଏ ବିଦ୍ୟାଳୟର ବର୍ଷ ତମାମ ଶିକ୍ଷା କାର୍ଯ୍ୟକ୍ରମରୁ କିଛି ସମୟରେ ବିରତି ପରେ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ତଥା ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକତ୍ରିକରଣ ରୂପକ ସମ୍ମିଳନୀର ପରିଚୟ। ଉକ୍ତ ବାର୍ତ୍ତାକୁ ନେଇ ସୋର ପୈରପାଳିକା ଅନ୍ତର୍ଗତ ସୋର ରାଧାନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉକ୍ତ ବାର୍ଷିକ ଉତ୍ସବ ଉଦ୍ ଘାଟନ ହୋଇଥିଲା । ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ବନ୍ଦନା ଗାନ କରାଯାଇଥିଲା। ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରେଣୁବାଳା ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଇଶ୍ଵର ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ABEO ସୋମନାଥ ଦାସ, ସମ୍ମାନିତ ଅତିଥି ଭାବେ ଫିଡର କ୍ଲଷ୍ଟର ସଂଯୋଜକ ରବିନାରାୟଣ ଦାସ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷକ ନିର୍ମଳ ଚନ୍ଦ୍ର ଦାସ ଯୋଗଦେଇ କବିବର ରାଧାନାଥ ରାୟ ଙ୍କ ସ୍ମୃତି ଚାରଣ ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଛାତ୍ର ଛାତ୍ରୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମତବ୍ୟକ୍ତ ପ୍ରକାଶ କରିଥିଲେ। ବାର୍ଷିକ କ୍ରୀଡ଼ା ରେ ଉତ୍ତିନ୍ନ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସହକାରୀ ଶିକ୍ଷକ S k ଅବଦୁଲ ଫାରୁଖ୍, ଆରାଧନା ରାଓଳ, ଗାୟତ୍ରୀ ସାହୁ, ସନ୍ତୋଷୀ ରଶ୍ମି ନାୟକ, ଜିତେନ୍ଦ୍ର କୁମାର ନାୟକ, ଅପର୍ଣ୍ଣା ଯେନା, ମିନତି ଶତପଥୀ, ଲାବଣ୍ୟବତୀ କାହାଳୀ, ମନୋରଞ୍ଜନ ଶିଅଳ , ରଶ୍ମିତା ଶିଅଳ, ତେଜସ୍ଵୀନି ବେହେରା, ଅଲିଭା ରାଓତ, ପ୍ରିୟଙ୍କା ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆରାଧନା ରାଓଳ ଧନ୍ୟବାଦ ଅର୍ପଣ କରିଥିଲେ।
