କ୍ୟାନସର ଦିବସ ପାଳିତ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ଫିଉଚର କଲେଜ ଅଫ ନର୍ସିଂ ପକ୍ଷରୁ ବିଶ୍ୱ କେନ୍ସର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ରାଲି ଫିଉଚର କଲେଜ ପରିସରରୁ ବାହାରି ସୋର କୋର୍ଟ ଛକ ପର୍ଯ୍ୟନ୍ତ ଯାଇଥିଲା। ବିଭିନ୍ନ ସ୍ଳୋଗାନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଲୋକମାନଙ୍କୁ ସଚେତନର ବାର୍ତା ବାଣ୍ଟିଥିଲେ। ଉକ୍ତ ରାଲିଟି ସୋର ଡାକ୍ତରଖାନା ପରିସରରେ ରୋଗୀ ଓ ଅନ୍ୟମାନଙ୍କୁ ସଚେତନତାର ବାର୍ତା ବାଣ୍ଟିବା ପରେ ସୋର କୋର୍ଟ ଛକ ନିକଟରେ ଶେଷ ହୋଇଥିଲା। ଏହି ସମୟରେ କଲେଜର ଅଧକ୍ଷ ରମେଶ ଚନ୍ଦ୍ର ମହାପାତ୍ର , ମୃତ୍ୟୁଞ୍ଜୟ ମହାପାତ୍ର,ହରପ୍ରିୟା ମହାପାତ୍ର,ଶୁଭଲକ୍ଷ୍ମୀ ପଣ୍ଡା,ଜନ୍ମଜୟ ମହାପାତ୍ର,ଜୟନ୍ତ ପତି,ଅଜିତ ଜେନା, ଶୁସାନ୍ତ ଆଚାର୍ଯ୍ୟ,ଗାୟତ୍ରୀ ପ୍ରଧାନ, ଲିପ୍ସା ପ୍ରିୟଦର୍ଶନୀ ନାୟକ,ସୋନାଲି ବେହେରା ଓ ମୋନାଲିସା ବାରିକଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଶତାଧିକ ଛାତ୍ରାଛାତ୍ରୀ ମାନେ ସାମିଲ ହୋଇଥିଲେ।
