*ଖଡିଆଳ ମହୋତ୍ସବ ୨୦୨୬ ଆନୁଷ୍ଠାନିକ ଭାବରେ ଶୁଭ ଉଦ୍ଘାଟିତ, କଳା, ସାହିତ୍ୟ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରି ଆନନ୍ଦ ହେବା ଉତ୍ସବ* ନୂଆପଡା (ମିଖାଏଲ ନନ୍ଦ)
ତା:୦୪.୦୨.
ଖଡିଆଳ ମହୋତ୍ସବ ୨୦୨୬ ଆନୁଷ୍ଠାନିକ ଭାବରେ ଶୁଭ ଉଦ୍ଘାଟିତ, କଳା, ସାହିତ୍ୟ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରି ଆନନ୍ଦ ହେବା ଉତ୍ସବ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଆଜି ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଯୋଗ ଦେଇ ଖଡିଆଳ ମହୋତ୍ସବ କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ଉଦବୋଧନ ଦେଇ ଖଡିଆଳ ମାଟି ସାହିତ୍ୟ ଓ କଳା ର ମାଟି ବୋଲି କହିଥିଲେ। ସଂସ୍କୃତି ଏବଂ ବିକାଶ ସାଙ୍ଗ ରେ ଅଗ୍ରଗତି ହେଉଥିବା ବେଳେ ମହୋତ୍ସବ ଖଡିଆଳର ପରିଚୟ ଅଟେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ସଭାରେ ନିମାଇ ଚରଣ ତାଣ୍ଡି ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସିନାପାଲି ବ୍ଲକ୍ ଅଧ୍ୟକ୍ଷା ମାଧୁରୀ ମାଝୀ, ବୋଡ଼େନ ବ୍ଲକ୍ ଅଧ୍ୟକ୍ଷା ପ୍ରେମ ଶିଳା ନାଗ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ମହୋତ୍ସବ ମୁଖବନ୍ଧ ସ୍ମରଣିକା ଖଡିଆଳ ଜ୍ୟୋତି ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଆଜି ବିଶାଲ ସାଂସ୍କୃତିକ ମଶାଲ ଯାତ୍ରା ଖଡିଆଳ ଋଷିପିଠ ରୁ ଆସି ଖଡିଆଳ ନଗର ପରିକ୍ରମା କରିଥିଲା। ଏହି ସାଂସ୍କୃତିକ ଶୋଭାଯାତ୍ରା ରେ ଅନେକ ପ୍ରକାର ସଂସ୍କୃତିକ ଦଳ ପରିକ୍ରମା କରିଥିବା ବେଳେ ଖଡିଆଳ ବିଧାୟକ ଏବଂ ଆୟୋଜନ କମିଟି ମାନେ ନୃତ୍ୟ ରେ ବିଭୋର ହୋଇଥିଲେ। ଏହି ସାଂସ୍କୃତିକ ଶୋଭାଯାତ୍ରା ରେ ବିଭିନ୍ନ ସ୍କୁଲ କଲେଜ୍ ଛାତ୍ର ଛାତ୍ରୀ ମାନେ ଆଦିବାସୀ ନୃତ୍ୟ, ଆଧ୍ୟାତ୍ମିକ ଚେତନା ପ୍ରଜାପିତା ବ୍ରହ୍ମ କୁମାରୀ,ବିଭିନ୍ନ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲେ। ମଶାଲ କୁ ମହୋତ୍ସବ ପାଳନ କମିଟି ଅଧକ୍ଷ ତଥା ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଗ୍ରହଣ କରିଥିଲେ। ୨୮୦ ଗୋଟି ଷ୍ଟଲ ରେ ବିଭିନ୍ନ ପ୍ରକାର କୁଟୀର ଶିଳ୍ପ, ହସ୍ତତନ୍ତ, ଖାଦ୍ୟ, ଗୃହ ସାଜସଜ୍ଜା ସାମଗ୍ରୀ ପ୍ରଦର୍ଶିତ ହେଉଅଛି।
