ଅଜଣା ଗାଡି ଧକାରେ ଯୁବକ ଗୁରୁତର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଜାତୀୟ ରାଜପଥ ୧୬ରେ ଅଜଣା ଗାଡି ଧକାରେ ଜଣେ ଯୁବକ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନା ଅନୁସାରେ ସୋର ଥାନା ସବିରା ଗ୍ରାମର ଅକ୍ଷୟ କୁମାର ସାହୁ ଆଜି ସନ୍ଧ୍ୟାରେ ସବିରାରୁ ସୋର ଅଭିମୁଖେ ଆସୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ମୟୁର ହୋଟେଲ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକା ଦେଇ ଫେରାର ହୋଇଯାଇଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଗାଡି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କୁ କଟକ ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଠିକାସଂସ୍ଥା ବ୍ରିଜ ଗୋପାଳର ମାନମାନି କାମ ପାଇଁ ବାରମ୍ବାର ଏହି ଅଂଚଳରେ ଦୁର୍ଘଟଣା ଘଟୁଥିବା ଜଣାପଡିଛି।
