ସୋର ରେ ଲଜ୍ୟା: ନାବାଳିକାକୁ ଗଣଦୁଷ୍କର୍ମ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋରରେ ନାବାଳିକା କୁ ଗଣଦୁଷ୍କର୍ମ, ସୋର ଥାନା ଗୁଡ଼ ଗ୍ରାମରେ ଗତକାଲି ସନ୍ଧ୍ୟାରେ ଟିଉସନରୁ ଫେରୁଥିବା ବେଳେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମୂଳକାଏଦା ଅଞ୍ଚଳର ଜଣେ ନାବାଳିକାଙ୍କ ବାପା ଗୁଡ଼ ଛକରେ ଏକ ଦୋକାନ କରିଥିବା ବେଳେ ସପରିବାରେ ଗୁଡ଼ ଗ୍ରାମରେ ଭଡା ନେଇ ରହୁଛନ୍ତି।ଯୁକ୍ତ ଦୁଇରେ ପଢ଼ୁଥିବା ନାବାଳିକା ଜଣଙ୍କ ଆଜି ସନ୍ଧ୍ୟାରେ ଟିଉସନରୁ ଘରକୁ ଫେରୁଥିବା ବେଳେ ଗୁଡ଼ ଛକ ନିକଟରେ ଦୁଇ ଜଣ ଯୁବକ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଯୁବକ ଦ୍ବୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଜଣଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ନାବାଳିକାଙ୍କ ମାଆ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
