ତୁଳସୀ ଦୁଇପତ୍ରରୁ ବାସେ
ନାମ-: ସମ୍ପୂର୍ଣ୍ଣା ମହାନ୍ତ
ମାତା-: ବବିତା ମହାନ୍ତ
ପିତା-: ଛବିଲାଲ ମହାନ୍ତ
ଗ୍ରାମ -: କଟୁପଡା, ପୋଷ୍ଟ -ରାହିଡା
ବ୍ଲକ -: ସାହାରପଡ଼ା, ଜିଲ୍ଲା -: କେନ୍ଦୁଝର
ତୁଳସୀ ଦୁଇପତ୍ରରୁ ବାସିଲା ପରି ଶୈଶବରୁ କୁନି ଓଡ଼ିଆ ଝିଅ ସମ୍ପୂର୍ଣ୍ଣା ମହାନ୍ତ ସର୍ବଭାରତୀୟ ସ୍ତରରେ ଆୟୋଜିତ India book of records ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଛନ୍ତି। ହଁ ଆଜ୍ଞା କୁନି ଝିଅ ,ବୟସ ମାତ୍ର 2 ବର୍ଷ 6 ମାସ । ଏହି ବୟସରେ ସେ ଅନେକ ଗୁଡ଼ିଏ ବିଷୟରେ ସଠିକ୍ ଉତ୍ତର ଦେଇପାରୁଛନ୍ତି।ବିଷୟ ଗୁଡ଼ିକ ଯଥା -: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ରାଜଧାନୀ, ଜାତୀୟ ସଂଙ୍କେତ , ବନ୍ୟ ପ୍ରାଣୀ, ଗୃହପାଳିତ ପଶୁ,ଫୁଲ,ଫଳ ଓ ପନିପରିବା ର ନାମ,ସଂଖ୍ୟା କ୍ରମ, ବିଭିନ୍ନ ରଙ୍ଗକୁ ଚିହ୍ନଟ,ମାନବ ଶରୀରର ବିଭିନ୍ନ ଅଙ୍ଗର କାର୍ଯ୍ୟ, ସ୍ବାଧୀନତା ସଂଗ୍ରାମୀଙ୍କର ନାମ, ଦିଗଗୁଡିକର ନାମ ଇତ୍ୟାଦି..।ଏହି ସଫଳତା ପାଇଁ ତାଙ୍କୁ ପ୍ରିୟ ପରିଜନଙ୍କ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ସୁଅ ଛୁଟୁଛି। ଏଥିପାଇଁ ସମ୍ପୂର୍ଣ୍ଣାଙ୍କ ମା , ବାପା ବହୁତ ଖୁସି।ତାର ଉତ୍ତର ଭବିଷ୍ୟତ ପାଇଁ ସେ ଅନେକ ସ୍ବପ୍ନ ଦେଖନ୍ତି। ସତରେ “କନ୍ୟା ଟିଏ ରତ୍ନ ଟିଏ ।”
