*ବାଳକୃଷ୍ଣ ପୁର ଠାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ*
*ବ୍ରହ୍ମପୁର -ଦକ୍ଷିଣପୁର କ୍ଲଷ୍ଟରସ୍ଥ ବାଳକୃଷ୍ଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଲାଞ୍ଜିଆ ଗ୍ରାମ ପଂଚାୟତ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ସେହି ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପାତ୍ର ଓ ଅବସରପ୍ରାପ୍ତ ସିଆରସିସି ଶିବରାମ ମହାଙ୍କୁଡ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଲଷ୍ଟର ର ବାର ଗୋଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଏଫଏଲ ଏନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । କ୍ଲଷ୍ଟର ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ଉପସ୍ଥିତି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବୈଠକକୁ ସ୍ୱାଗତ କରି ଏହି ବୈଠକର କାର୍ଯ୍ୟ ସୂଚୀର ସୂଚନା ପ୍ରଦାନ କରି , ପୂର୍ବ ବୈଠକର ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ । ଏନପିୟୁସ ଦକ୍ଷିଣପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଲାଡି ପୁଷ୍ପଲତା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ।ଆମ୍ବଗଡ଼ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା କୁମାରୀ ସାହୁ ଓ ଜନତା କୁମାରୀ ସାହୁ ପୂର୍ବ ବୈଠକର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ତତ୍ପରେ ସିଆରସିସି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ର ମୋୖଳିକ ସ୍ତର ଶିକ୍ଷଣ ସର୍ବେକ୍ଷଣ ଉପରେ ଆଲୋଚନା କରିଥିଲେ । ଏଥିରେ ଗୁଣ୍ଠବନ୍ଧ ବିଦ୍ୟାଳୟର ଶିକ୍ଷୟତ୍ରୀ ଗୀତାଞ୍ଜଳି ବିଶୋଇ , ଦକ୍ଷିଣପୁର ବିଦ୍ୟାଳୟର ଶିକ୍ଷୟତ୍ରୀ ମନୀଷା ବଡମୁଣ୍ଡି , ବାଳକୃଷ୍ଣ ପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଶୀରେଖା ମଳିକ, ଲାଞ୍ଜିଆ ବିଦ୍ୟାଳୟର ଶିକ୍ଷୟତ୍ରୀ ରଞ୍ଜୁଲତା ପଟ୍ଟନାୟକ,ବାଘଝରି ପ୍ରଧାନ ଶିକ୍ଷୟତ୍ରୀ ସରସ୍ବତୀ ଅଚାରୀ , ବିରିବାଡିଆ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଆଲୋଚନାରେ ଭାଗନେଇ ନିଜ ନିଜ ସଂନ୍ଦେହ ଦୂର କରିଥିଲେ । ଜାନୁଆରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର ଉପରେ ଆଲୋଚନା କରାଯାଇଥିଲା । ତତ୍ ପରେ ବହୁ ଶ୍ରେଣୀ ପରିଚାଳନା ଭାଷା ଓ ସଂଖ୍ୟା ଜ୍ଞାନ ପାଠ୍ୟ ଟୀକା ଓ ଶିକ୍ଷକଙ୍କ ଗତିବିଧି ଯୋଜନା ପ୍ରସ୍ତୁତି ଓ ଉପସ୍ଥାପନା ପାଇଁ ଚାରୋଟି ଦଳ ଗଠନ କରା ଯାଇଥିଲା । ଦୁଇଟି ଦଳକୁ ଭାଷା ଓ ଅନ୍ୟ ଦୁଇଟି ଦଳକୁ ସଂଖ୍ୟା ଜ୍ଞାନ ପ୍ରସ୍ତୁତ କରିବାକୁ ଦିଆ ଯାଇଥିଲା । ପ୍ରଥମ ଦଳ ତରଫରୁ ପଦରବାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଳକା ମିଶ୍ର , ଭଗବାନପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କନକ ଲତା ମହାନ୍ତି, ବୁଦାଲୁଣ୍ଡି ପ୍ରଧାନ ଶିକ୍ଷୟତ୍ରୀ ମହାଲକ୍ଷ୍ମୀ କର ଭାଷା ଜ୍ଞାନ ଉପରେ ପାଠ୍ୟ ଟୀକା ପ୍ରସ୍ତୁତ କରି ଉପସ୍ଥାପନା କରିଥିଲେ. ଦ୍ୱିତୀୟ ଦଳ ତରଫରୁ ତଳ କୁମ୍ଭଝରି ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ପାତ୍ର, ଏସଏସ କୁମ୍ଭଝରି ଶିକ୍ଷକ ପି ନରସିଂହ, ଲାଞ୍ଜିଆ ବିଦ୍ୟାଳୟର ଶିକ୍ଷକ ଗୌତମ ପାଣିଗ୍ରାହୀ ଓ ବାଳକୃଷ୍ଣ ପୁର ଶିକ୍ଷକ ରାମମୋହନ ପତି ସଂଖ୍ୟା ଜ୍ଞାନ ଉପରେ ପାଠ୍ୟ ଟୀକା ପ୍ରସ୍ତୁତ କରି ଉପସ୍ଥାପନା କରି ଥିଲେ । ମଧ୍ୟାହ୍ନ ଭୋଜନ ବିରତି ପରେ ବିଦ୍ୟାଳୟ ପରିଦର୍ଶନ ଆଲୋଚନା , ଶ୍ରେଣୀ ପର୍ଯ୍ୟବେକ୍ଷଣ , ଶିକ୍ଷଣ ସୋପାନ ରେଜିଷ୍ଟ୍ର ଓ ଜିଲ୍ଲା ଭିତିକ ଶୈକ୍ଷିକ ଆଲୋଚନା କରାଯାଇଥିଲା*
*ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଶିରେଖା ମଲ୍ଲିକ , ଶିକ୍ଷକ ରାମ ମୋହନ ପତି ଓ ଶିଶୁ ସେଵିକା ଜୟନ୍ତୀ ଗୌଡ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିଥିଲେ । ବୈଠକ ଶେଷରେ ଶିକ୍ଷକ ଜି. ଟୁନା ଦୋରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ*
