ଚିତ୍ରା ପ୍ରଡକ୍ସନ ର ଶୁଭ ଉନ୍ମୋଚନ
ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ
ଆନ୍ତର୍ଜାତିୟ ମାନବାଧିକାର ସଂସ୍ଥା ପକ୍ଷରୁ ଦୁଇ ଦିନିଆ ମେଗା ରକ୍ତଦାନ ଶିବିର
ବିଧାୟକ ମାନଙ୍କ ସହିତ ବଲିଉଡ ଷ୍ଟାର ମାନଙ୍କ ମହା ମିଳନ
ବରଗଡ଼ :୩୧l୦୧ ଗତ ଦୁଇ ଦିନ ଧରି ଆନ୍ତର୍ଜାତିୟ ମାନବାଧିକାର ସଂସ୍ଥା ର ମୁଖ୍ୟ ତଥା ଚିପ୍ ସୁପ୍ରିମୋ ଶ୍ରୀ ନରେନ୍ଦ୍ର ଅରୋରା ଏବଂ ସଂସ୍ଥା ର ପ୍ରେସିଡେଣ୍ଟ ଶ୍ରୀ ଲଳିତ ବେହେରା ଙ୍କ ନେତୃତ୍ବରେ ୭୭ ତମ ଗଣତନ୍ତ୍ର ଦିବସ ଅବସରରେ ଦୁଇ ଦିନିଆ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ବିଧାୟକ ମାନଙ୍କ ସହିତ ବଲିଉଡର ଚାରି ଜଣ ଫିଲ୍ମ ଷ୍ଟାର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପ୍ରଥମ ଦିନ ୨୭ ତାରିଖ ହୋଟେଲ ସ୍ନିକ୍ସା ରେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ଦ୍ଵାରା ଉଦଘାଟିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥବା ବେଳେ ଦ୍ବିତୀୟ ଦିନ ଯଦୁମଣି ପ୍ରଧାନ ଅଡିଟୋରିୟମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ, ବିଜେପୁର ବିଧାୟକ ଶନତ ଗଡତିଆ ତଥା ମୁମ୍ବାଇ ଫିଲ୍ମ ଷ୍ଟାର ରାହୁଲ ରଏ,ସୁଦେଶ ବେରୀ,ସହାବାଜ ଖାଁ, ମୁସ୍ତାକ ଖାଁ ଯୋଗଦେଇ ଉଦଘାଟନ କରିଥିଲେ । ଏହା ସହିତ ଚିତ୍ରା ପ୍ରଡକ୍ସନ ବ୍ୟାନର ରେ ପ୍ରଥମ ଫିଲ୍ମ ର ଶୁଭ ମହୁରତ ଉନ୍ମୋଚିତ ହୋଇଥିଲା ।
ଚିତ୍ରା ପ୍ରଡକ୍ସନ ର ସମଲେଶ୍ଵରୀ ଭଜନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଆଜିର ଏହି ଉତ୍ସବରେ ଓଡ଼ିଶା ତଥା ଭାରତର କୋଣ ଅନୁକୋଣରୁ ମାନବାଧିକାର ସଂସ୍ଥା ର ସଦସ୍ୟ ସଦସ୍ୟା ଯୋଗଦେଇଥିଲେ ।
ଆନ୍ତର୍ଜାତିୟ ମାନବାଧିକାର ସଂସ୍ଥା ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ପୁଷ୍ପଗୁଚ୍ଛ ,ଉପଢୌକନ ଓ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା । ବିଧାୟକ ମାନେ ଆସନ୍ତା ଧନୁଯାତ୍ରା କୁ ଅତିଥି ଭାବେ ଯୋଗଦେବାକୁ ମୁମ୍ବାଇ ହିରୋ ମାନଙ୍କୁ ଆଗତୁରା ନିମନ୍ତ୍ରଣ କରିଥିଲେ ।ରକ୍ତଦାନ ଶିବିରରେ ମୋଟ ୧୦୦ ୟୁନିଟ୍ ରୁ ଅଧିକ ରକ୍ତ ସଂଗୃହୀତ ହୋଇଥିଲା ।
