ବେଆଇନ୍ ଇଟାଭାଟି ରେ ୧୬୩ ଧାରା ଲାଗୁ ପରେ ବି ଇଟାଭାଟିରେ ତହସିଲ ର ଚଢାଉ : ଇଟା ବୋଝେଇ ଟ୍ରକ ଜବତ
ସୋର,୩୦/୧(ନିପ୍ର, ଜ୍ୟୋତିପ୍ରକାଶ, ଭଞ୍ଜଦୂତ)- ସୋର ପ୍ରଶାସନ ତରଫରୁ ୧୬୩ ଧାରା ଲାଗୁ ହୋଇଥିବା ଇଟା ଭାଟିରେ ସୋର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଗୋଟିଏ ଟ୍ରକ ସହିତ ଇଟା ଜବତ କରାଯାଇଛି। ସୁଚନା ଅନୁସାରେ ବାଲେଶ୍ୱର ଜିଲ୍ଲାକୁ ପ୍ରଦୁଷଣ ପ୍ରବଣ ଜିଲା ଭାବେ ଘୋଷିତ କରାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଇଟାଭାଟିକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏନେଇ ଗତ ୨୧ ତାରିଖରେ ତିନୋଟି ଇଟା ଭାଟିରେ ୧୬୩ ଧାରା ଲାଗୁ କରାଯାଇଥିଲା। ମାତ୍ର ଇଟା ଭାଟିର ମାଲିକ ମାନେ ଏହି ନିୟମକୁ ଖାତିର ନକରି ଇଟା ବିକ୍ରି କରୁଥିଲେ। ଏବାବଦରେ ଖବର ପାଇ ଆଜି ମଧ୍ୟାହ୍ନରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ଅଚାନକ ଗଙ୍ଗା ଇଟା ଭାଟିରେ ଚଢାଉ କରିଥିଲେ। ଏହି ସମୟରେ ଗୋଟିଏ ଇଟା ବୋଝେଇ ଟ୍ରକକୁ ଜବତ କରିବା ସହିତ ଗାଡିକୁ ଖଣି ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି।
