ଦୁଇ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରୁଣା ବସନ୍ତ ଗ୍ରାମ ପଞ୍ଚାୟତ ଦେଉଳସାହି ଠାରେ ଥିବା ଅନ୍ତ୍ୟୋଦୟ ଉଚ୍ଚ ବିଦ୍ୟାଳୟ ଓ ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବୟ ଙ୍କ ମିଳିତ ଆନୁକୁଲ୍ୟରେ ବାର୍ଷିକ ଉତ୍ସବ ୨୦୨୫-୨୬ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଅନ୍ତ୍ୟୋଦୟ ଉଚ୍ଚ ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ଭକ୍ତବତ୍ସଳ ମହାନ୍ତି ଯୋଗଦେଇ କହିଥିଲେ ଯେ ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ। ବର୍ତ୍ତମାନର ଯୁବପିଢି ଓ ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମ କ୍ରମେ ଏହି ବିଦ୍ୟାଳୟ ଆଜି ନୂଆ ରୂପରେ ଠିଆହୋଇ ପାରିଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ଶିକ୍ଷକ ତଥା ଓଷ୍ଟା ସଂଘ ର ପୂର୍ବତନ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ନିକୁଞ୍ଜ କିଶୋର ବେହେରା ଓ ସମ୍ମାନୀତ ଅତିଥି ଭାବରେ ପୁରୁଣାବସନ୍ତ ଗ୍ରା.ପ ର ସରପଞ୍ଚ କାଳନ୍ଦୀ ଚରଣ ମହାନ୍ତି, ବିଦ୍ୟାଳୟ ର ପୁରାତନ ଛାତ୍ରୀ ତଥା ରାଷ୍ଟ୍ରପତି ପୁରସ୍କୃତ ପ୍ରାପ୍ତ କବି ପ୍ରେମଲତା ବାରିକ, ସିଆରସିସି ଚତୁର୍ଭୁଜ ନାୟକ, ଉଭୟ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅମୀୟ ରଞ୍ଜନ ସାମଲ, ଜ୍ୟୋତିକାନ୍ତ ମହାନ୍ତି , ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ର ସଭାପତି ସୌମ୍ୟ ରଞ୍ଜନ ସାହୁ ,ବିଭୂତି ରଞ୍ଜନ ସ୍ୱାଇଁ , ଲୁଭେନ୍ଦ୍ର ମିଶ୍ର, ରାଜେନ୍ଦ୍ର ସ୍ୱାଇଁ , ପ୍ରଭାସିନୀ ଦେହୁରୀ , ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସଂଜୟ କୁମାର ବେହେରା,ମଞ୍ଜୁଲତା ନାୟକ,ବିଜୟ କୁମାର ବାରିକ ଓ ପ୍ରଭାତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ଶରତ କୁମାର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଶେଷରେ ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
