ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କଙ୍କଡାହାଡ଼ ୮ ଘଣ୍ଟା ବନ୍ଦ ଡାକରା ।
ପରଜଙ୍ଗ : (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ ) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ୪ ନମ୍ବର କଲୋନୀ ଠାରେ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ଡାକରା ପ୍ରଭାଵରେ କଙ୍କଡାହାଡ଼ ବ୍ଲକର ବନ୍ଦ ପ୍ରଭାବ ଦେଖିବାକୁ ମିଳିଥିଲା ।କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରେ ସମସ୍ତ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଥିଲା ।ସେହିପରି କଣ୍ଟାପାଳ ଛକ ନିକଟରେ କୃଷକ ସଙ୍ଗଠନ ଓ କଂଗ୍ରେସ ଦଳ ପକ୍ଷରୁ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା ।ଜିଲ୍ଲା କଂଗ୍ରେସ କମିଟି ସାମ୍ପାଦକ ଧୀର ଜେନା,ଅବିନାଶ ପଣ୍ଡା,ଧନେଶ୍ୱର ସାହୁ, ଅଜୟ ସାହୁ,ରାମଚନ୍ଦ୍ର ସାହୁ,କୃଷକ ସଙ୍ଗଠନ ସଦସ୍ୟ ରଘୁ ସିଂହ,ଦୁଃଶାସନ ସିଂହ,ବିମଳ ସାହୁ,ଲିଙ୍ଗା ସିଂହ, ନକୁଳ ପାତ୍ର,ଛାୟାକାନ୍ତ ପାତ୍ର,ଡମ୍ବରୁଧର ବେହେରା,ଶିଶିର ପାତ୍ର,ଦୁର୍ଯ୍ୟୋଧନ ପାତ୍ର ପ୍ରମୁଖ ସାମିଲ ଥିଲେ ।
