ଜଗତସିଂହପୁରରେ ଆଂଶିକ ପ୍ରଭାବ ପଡିଲା ନାହିଁ l
ରଘୁନାଥପୁର( ନି.ପ୍ର): ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଇଥିବା ଓଡିଶା ବନ୍ଦ ଡାକରା ଜଗତସିଂହପୁରର ରେ ଫିଜା ପଡିଗଲା ପରି ମନେହେଉଥିଲା l ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟରେ ନିଜର କାୟା ବିସ୍ତାର କରିବା ବେଳେ ଜଗତସିଂହପୁର ରେ ବେଶ୍ ଦବଦବା ଦେଖିବାକୁ ମିଳିଥିଲା ଓ ଚାଷୀ ସମର୍ଥନ ବି ପର୍ଯ୍ୟାପ୍ତ ପରିମାଣର ଥିଲା l ଚାଷିଙ୍କ ଦାବୀକୁ ସରକାରଙ୍କ ଆଗେ ରଖୁଥିବାରୁ ସ୍ଵତଃ ପ୍ରବୃତ୍ତ ଭାବେ ଲୋକେ ସାମିଲ ହୋଇଥିଲେ, କିନ୍ତୁ କାଳକ୍ରମେ ଏହି ସଂଗଠନ ଚାଷିଙ୍କ ଠାରୁ ଦୁରେଇ ଯାଇ କିଛି ଚକ୍ରାନ୍ତ କାରୀ ବ୍ୟକ୍ତି ମାନଙ୍କୁ ପୁରାଇ ରାଜନୈତିକ ଫାଇଦା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ସେଥିରୁ ପ୍ରକୃତ ଚାଷୀ ଦୁରେଇ ଯାଇଥିବା ବେଳେ କିଛି ହାତ ଗଣତି ଲୋକ ବିଲ ମଧ୍ୟକୁ ଯାଉନଥିବା ଓ ଚାଷୀ ବୋଲାଉଥିବା ନେତା ମାନେ ଆଜି ମଙ୍ଗଧରି ଯେଉଁ ଯାତ୍ରା କରୁଛନ୍ତି ତାହା ସଙ୍କୁଚିତ ହୋଇ ଗଲାଣି l ଯାହାର ନମୁନା ଏହି ବନ୍ଦ ଡାକରାରେ ଦେଖିବାକୁ ମିଳିଥିଲା l ସମ୍ପ୍ରତି ରାଜ୍ୟରେ ଧାନ କିଣାରେ ମଣ୍ଡି ଗୁଡିକରେ ହୋଇଥିବା ଚରମ ଅବ୍ୟବସ୍ଥା ସାଙ୍ଗକୁ କଟଣି , ଛଟଣୀ ଦେଢସହ କୁଇଣ୍ଟାଲ ରୁ ଅଧିକ ଧାନ ବିକାବେଳେ ଇନପୁଟ ସବସିଡି କୁ ରାଜ୍ୟ ସରକାର ବନ୍ଦ କରିଦେବା ଭଳି ପ୍ରସଙ୍ଗରେ ବିରୋଧୀ ଦଳ ଓ ନବ ନିର୍ମାଣ ମିଳିତ ଭାବେ ଯେଉଁ ଉଦ୍ୟମ କରିଥିଲେ ସେଥିରେ ସଫଳ ହୋଇପାରୁନଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଜଗତସିଂହପୁର ସଦର ମହକୁମାରେ ଦୋକାନ ବଜାର ସବୁ ବନ୍ଦ ରହି ନଥିଲା ବେଳେ ରାଜପଥରେ ବି ଗାଡିମଟର ଚଳାଚଳ ହେଉଥିଲା। କଟକ ପାରାଦ୍ଵୀପ ରାଜ୍ୟ ରାଜପଥରେ ବି ଗାଡିମଟର ଚଳାଚଳ ସ୍ବାଭାବିକ ଥିଲା। ଏପରିକି ସରକାରୀ କାର୍ଯ୍ୟାନୁଷ୍ଠାନ, ସ୍କୁଲ,କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ସବୁ ଖୋଲାରହିଥିଲା। ଏହି ଓଡ଼ିଶା ବନ୍ଦ ଡାକରା ରେ ପ୍ରକୃତ ଚାଷୀ ଜଣେ ଅଧେ ଥିବା ବେଳେ ଦଳୀୟ କର୍ମୀ ଥିବାର ଦେଖିବାକୁ ମିଳିଥିଲା l ଏହି ରାଜନୈତିକ ଉଦ୍ଦେଶ୍ୟ ରଖି ନବନିର୍ମାଣ କୃଷକ ସଂଗଠନ ଯେଉଁ ଚାଲ କରି ସବୁକ୍ଷେତ୍ରରେ ସରକାରଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରୁଛନ୍ତି ତାହା ଆଗାମୀ ଦିନରେ ଭୁଶୁଡ଼ି ପଡ଼ି ମାଟିରେ ମିଶିଯିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।
