ଆସନ୍ତା ଫେବୃ ଆରୀ ୧ ତାରିଖରେ ଦେଉଳବେଡ଼ା ତେଲି ସାହି ବାବାଜୀ ମଠରେ ବିଶାଳ ହିନ୍ଦୁ ସମ୍ମିଳନୀ
ବ୍ୟାପକ ପ୍ରସ୍ତୁତି
———————–+————-
ତାଳଚେର :ତା 28/01/2026: ଆସନ୍ତା ଫେବୃଆରୀ 01 ତାରିଖ ରେ ବିଶାଳ ହିନ୍ଦୁ ସମ୍ମିଳନୀ ଦେଉଳବେଡା ତେଲି ସାହି ଠାରେ ଅନୁଷ୍ଠିତ ହେବ |ଆଜି ବୁଧବାର ହିନ୍ଦୁ ସମ୍ମିଳନୀ ନିମନ୍ତେ ହାଣ୍ଡି ଧୂଆଁ ସ୍ଥିତ ତେଲି ସାହି ମାର୍ଗଦର୍ଶନ ଆଶ୍ରମ(ବାବାଜୀ ମଠ) ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ତାଳଚେର ନଗର କାର୍ଯ୍ୟବାହ ସୂର୍ଯ୍ୟକାନ୍ତ ମହାନ୍ତି ଓ ତାଳଚେର ଖଣ୍ଡ ସଂଘଚାଳକ ଭୁବନାନନ୍ଦ ପ୍ରଧାନ ଯୋଗ ଦେଇ ପ୍ରସ୍ତୁତି ସମ୍ବନ୍ଧୀୟ ମାର୍ଗଦର୍ଶନ କରିଥିଲେ । ସମ୍ମିଳନୀର ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯିବା ସହିତ ଗାଁର ପ୍ରମୂଖ ବ୍ୟକ୍ତି ବିଜୟ କୁମାର ପୃଷ୍ଟି, ସଂଯୋଜକ ଜ୍ଞାନେଶ୍ଵର ସାହୁ ଓ ଅନ୍ୟ ମାନଙ୍କ ସହ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ତତ୍ ସହିତ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ପର୍ଶୁରାମ ବାରିକ , ରଣଜିତ୍ ମହାପାତ୍ର, ଜଗଦୀଶ ମିଶ୍ର, ଅଜୟ କୁମାର ସାହୁ, ଅମିତ୍ କୁମାର ଦାସ, ଦିପେନ୍ଦ୍ର ସିଂ , ସୁବାସ ଚନ୍ଦ୍ର ସାହୁ, ଶଙ୍କର୍ଷଣ ବେହେରା, ରିତେଶ ସାହୁ, ପ୍ରଦୀପ କୁମାର ସାହୁ ,ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳତା କାମନା କରିଥିଲେ|
