କୋରାପୁଟ /ତା /28/01/2026
କୋରାପୁଟ ରେ ଆଠ ଘଣ୍ଟିଆ ବନ୍ଦ ପାଳନ l
ଆଜି ରାଜ୍ୟ ନବନିର୍ମାଣ କୃଷଜ ସଙ୍ଘ ବିଜେଡି ଆଉ କଂଗ୍ରେସ ର ମିଳିତ ସାମର୍ଥନ ରେ ଆଠ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବା ବେଳେ କୋରାପୁଟ ଜିଲ୍ଲା ରେ ବି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା l ବ୍ୟବସlୟିକ ପ୍ରତିଷ୍ଠାନ ଯାନବାହାନ ତଥା ବେସରକାରୀ ସଂସ୍ଥା ଗୁଡିକ ବନ୍ଦ ଥିବାର ଦେଖା ଯାଇଥିଲା ଏପରିକି ଦୂର ସ୍ଥାନକୁ ଯିବାକୁ ଥିବା ପେଟ୍ରୋଲ ଗାଡି ବି ବନ୍ଦ ର ପ୍ରଭାବ ରେ ପ୍ରଭାବିତ ହୋଇଥିବାର ଦେଖା ଯାଇଥିଲା l କେବଳ ସେତିକି ନୁହଁ କୋରାପୁଟ ସହର ମଧ୍ୟ୍ୟ ରେ ବି ଏହି ବନ୍ଦ ଦେଖିବାକୁ ମିଳିଥିଲା ଦୁଇଚକିଆ ଗାଡି କୁ ଛାଡିଦେଲେ ଅନ୍ୟ ଯାନବାହlନ ବି ବନ୍ଦ ରହିଥିଲା ଅନ୍ୟ ପଟେ ଦେଖିଲେ ପଠାଣି ସାମନ୍ତ ଚନ୍ଦ୍ର ଶେଖର ପରୀକ୍ଷା ସ୍ଥାନୀୟ ବାଳିକା ସରକାରୀ ବିଦ୍ୟାଳୟ ରେ ସୁରୁଖୁରୁରେ ଶେଷ ହୋଇଥିଲା l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
