*ନୂଆପଡ଼ା ଜିଲ୍ଲା ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ* ନୂଆପଡା(ମିଖାଏଲ ନନ୍ଦ)
ତା:୨୭.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଖଡିଆଳ ଥାନା ଅଧିକାରୀ ସୁମନ୍ତ କୁମାର ନାଏକ ଯୋଗ ଦେଇ ମହିଳା ମାନେ ଆତ୍ମା ରକ୍ଷା ପାଇଁ ବିଭିନ୍ନ ରଣ କୌଶଳ ଜାଣିବା ସହ ସଚେତନ ଦ୍ବାରା ନିର୍ଭିକ ହେବା ସହ ଆତ୍ମୋବଳ ମିଳିଥାଏ ବୋଲି କହିଥିଲେ। ଏହି ଉଦ୍ଘାଟନୀ ସଭାରେ ବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା ପ୍ରଭା ସାମଲ ଅଧ୍ୟକ୍ଷତା କରିଥିବା ବେଳେ ଥାନା ଏ ଏସ ଆଇ ଯୋଗେବ ସୁନା, କ୍ରୀଡା ଶିକ୍ଷକ ସୁରଜିତ ପାତ୍ର, ଅଧ୍ୟାପକ କଳ୍ପଶ୍ରୀ ଆଚାର୍ଯ୍ୟ, ମାଷ୍ଟର ତାଲିମଦତା ନିଳୀମା ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିର ଆଜି ଠାରୁ ଆସନ୍ତା ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ୨୦୦ ରୁ ଉର୍ଦ୍ଧ ଛାତ୍ରୀମାନେ ଯୋଗ ଦେବା କାର୍ଯ୍ୟକ୍ରମ ରହିଅଛି। ଅଧ୍ୟାପିକା ଇପ୍ସିତା ହୋତା, ଚେତନା ନାଏକ, ମମତା ସାହୁ, ଲିଲି ସାହୁ ପନଙ୍ଗ ନିନା, ଚକ୍ର ଭୋଇ, ବିଭୀଷଣ ସଗରିଆ, ସହ କର୍ମଚାରୀମାନେ ସହାୟତା କରିଥିଲେ।
