କଳାହାଣ୍ଡି ଜିଲ୍ଲା କୋକସରା ରୁ
ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର
ଶାନ୍ତିପ୍ରିୟ ଓଡ଼ିଶା ଆଜି ଅଶାନ୍ତିର ଛାୟାରେ ଡୁବିଛି…
ମଣିଷ ମଣିଷକୁ ଜାତି ଓ ଧର୍ମର ନାମରେ ପିଟୁଛି।
ଦଳିତ ଯୁବକଙ୍କୁ ମୁଣ୍ଡ ମୁଣ୍ଡାଇ ଘାସ ଖାଇବାକୁ ବାଧ୍ୟ କରାଯାଉଛି…
ନର୍ଦ୍ଦମାର କଳା ପାଣି ପିଆଇ ଦିଆଯାଉଛି…
ପାଷ୍ଟରମାନଙ୍କୁ ଗୋବର ଖାଇବାକୁ ବାଧ୍ୟ କରାଯାଉଛି, ଗଛରେ ବାନ୍ଧି ପିଟି ପିଟି ହତ୍ୟା କରାଯାଉଛି…
ମସଜିଦ୍ ଉପରେ ଆକ୍ରମଣ, ପ୍ରାର୍ଥନା ସଭାରେ ଆକ୍ରମଣ, ଗାଈ ପରିବହନରେ ସାହାଯ୍ୟ କରିଥିବା ଶ୍ରମିକଙ୍କୁ ହତ୍ୟା…,ଏହା କେବଳ ହିଂସା ନୁହେଁ ,ଏହା ମାନବତାର ଅପମାନ ଓ ସମ୍ବିଧାନର ପୂର୍ଣ୍ଣ ହତ୍ୟା।
ସାମାଜିକ ଗଣମାଧ୍ୟମରେ ଆମ୍ବେଦକରବାଦୀ ଯୁବକମାନଙ୍କୁ ଖୋଲାଖୋଲି ହତ୍ୟା ଧମକ ଦିଆଯାଉଛି, ଅଶ୍ଳୀଳ ଭାଷାରେ ଗାଲିକରି ଅପମାନ କରାଯାଉଛି।
ବହୁଜନ ସମାଜର ମହାପୁରୁଷଙ୍କୁ ଅପମାନ କରାଯାଉଛି ,କେଉଁଠି ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଉଛି, କେଉଁଠି ଆପତ୍ତିଜନକ ପୋଷ୍ଟ କରାଯାଉଛି।
ସମ୍ବିଧାନର ଅଧିକାର ଅନୁଯାୟୀ ଶାନ୍ତିପୂର୍ଣ୍ଣ ଆଲୋଚନା ଓ ଏକତ୍ରିତ ହେବାର ଅନୁମତି ପ୍ରଶାସନ ଦେଉନାହିଁ। ଅନୁମତି ମିଳିଲେ ମଧ୍ୟ ଶାସକ ଦଳର ଚାପରେ ବାତିଲ କରାଯାଉଛି। ବ୍ୟକ୍ତିର ଅଭିବ୍ୟକ୍ତିର ସ୍ୱାଧିନତାକୁ ଧାର୍ମିକ ବ୍ୟବସ୍ଥାର ନାମରେ କଣ୍ଠରୋଧ କରାଯାଉଛି।
