କଳାହାଣ୍ଡି ଜିଲ୍ଲା କୋକସରା ରୁ
ମଣ୍ଟୁ ପାଣିଗ୍ରାହୀ ଭଞୀଦୂତ ଖବର
ଆଜି ତା.23.01.2026 ରିଖ ଶୁକ୍ରବାର ଦିନ ଆମର ଆରାଧ୍ୟ ଦେବ ପ୍ରଭୁ ବୁଢାରଜାଙ୍କ ପୀଠରୁ କୋକସରା ନିର୍ବାଚନ ମଣ୍ଡଳି କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀଯୁକ୍ତ ରାଜୀବ ଅଗ୍ରୱାଲଙ୍କ ସଭାପତିତ୍ବରେ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀର ପନଃଗଠନ ଦାବିକୁ ନେଇ ଆମପାଣି ଅଞ୍ଚଳର ଜନ ସାଧାରଣଙ୍କ ସହ ବୁଢାରଜାଙ୍କ ପୀଠରୁ ବୈଠକର ଶୁଭାରମ୍ଭ କରାଗଲା । ଉକ୍ତ ବୈଠକରେ କୋକସରା ଓ ଆମପାଣି ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ମତାମତ ଦେଇଥିଲେ ଏବଂ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃଗଠନ ହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ ।ଜୟ କୋକସରା । କୋକସରା ନିର୍ବାଚନ ମଣ୍ଡଳୀ ଆମର ଦାବି. ।
