ପୋଡାମାରୀ ପ୍ରାଥମିକ ବିଦ୍ୟାଳୟ ରେ ନେତାଜୀ ଓ ବୀର ସୁରେନ୍ଦ୍ରସାଏ ଜୟନ୍ତୀ ପାଳିତ।
ସାନଖେମୁଣ୍ଡି -ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରୀ ପ୍ରାଥମିକ ବିଦ୍ୟାଳୟ ରେ ବସନ୍ତ ପଞ୍ଚମୀ ସହ ନେତାଜୀ ଓ ବୀର ସୁରେନ୍ଦ୍ରସାଏ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ମାନେ ଦେଶର ମହା ନାୟକ ମାନଙ୍କର ବେଶ ଧାରଣ କରି ନଗର ପରିକ୍ରମା କରିଥିଲେ। ଏହି ଦିବସର ମହତ୍ୱ ଉପରେ କୁନି କୁନି ଶିଶୁ ମାନଙ୍କୁ ପ୍ରଧାନଶିକ୍ଷକ ସଦାଶିବ ପାଢ଼ୀ ମାର୍ଗଦର୍ଶନ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ସେମାନଙ୍କ sahas ଓ ବୀରତ୍ୱ ଉପରେ ଆଲୋକପାତ କରାଯାଇଥିଲା। ସେମାନଙ୍କ ନୀତି ଓ ଆଦର୍ଶ ରେ ଆମେ ଅନୁପ୍ରାଣିତ ହେବା ନିତାନ୍ତ ଅନିର୍ଵାର୍ଯ୍ୟ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ଉଦବୋଧନ କରିଥିଲେ। କୁନି କୁନି ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ଏହି ମହାପୁରୁଷଙ୍କ ଆଧାରିତ ଦେଶାତ୍ମକ ନୃତ୍ୟ ପରିବେଶଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ।
