ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କାମାକ୍ଷାନଗର ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ସେଥିରେ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ 150 ଜଣ ଓ ଉଚ୍ଚ ବିଦ୍ୟାଳୟ ରୁ 150 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ. ପ୍ରତିଯୋଗୀ ମାନଙ୍କୁ ସବ ଜୁନିଅର ଜୁନିଅର ଓ ସିନିଅର 3 ଟି ଗ୍ରୁପ କରି ଲିଖିତ କୁଇଜ଼ ପ୍ରତିଯୋଗିତା ହୋଇଥିଲା. ଜୁନିଅର ଗ୍ରୁପ ରୁ 8 ଜଣ ଓ ସିନିଅର ଗ୍ରୁପ ରୁ 8 ଜଣ ବଛା ଯାଇ 4 ଟି ଦଳ କରି ଓପନ କୁଇଜ ପ୍ରତିଯୋଗିତା କରି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏହି ଅବସର ରେ ବିଦ୍ୟାଳୟ ରେ ବିଜ୍ଞାନ କିଟ ର ବ୍ୟବହାର ସମ୍ପକରେ ବିଜ୍ଞାନ ଶିକ୍ଷକ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ କାମାକ୍ଷାନଗର ଉପଖଣ୍ଡ ଅଧିକାରୀ ଦିନମଣୀ ନାୟକ ଓ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ସାହୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ଭୋଇ ବିଷ୍ଣୁପ୍ରସାଦ ମହାଳିକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କୁମାର ଶତପଥୀ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ କାନପୁରା ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ବିଦ୍ୟାଳୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରଥ କୁମାର ଚିନାରା ପ୍ରମୁଖ ଉପସ୍ଥିତ ଥିଲେ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା କର୍ମଚାରୀ ସମସ୍ତ ସି ଆର ସି ସି ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ( ଧର୍ମାନନ୍ଦ ସେଠି ଙ୍କ ଖବର )
