ରାୟଗଡ଼ା ଡି ଆର ଏମ ଅମିତାଭ ସିଂଘଲ ଆଜି ପାରଳା ରେଳ ଷ୍ଟେସନ୍ କୁ ଦିନିକିଆ ଗସ୍ତରେ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଳ ଷ୍ଟେସନ ପ୍ରଥମ ଥର ଗସ୍ତ କରିଛନ୍ତି ରାୟଗଡ ଡି ଆର ଏମ ଅମିତାଭ ସିଂଘଲ। ପାରଳାଖେମୁଣ୍ଡି ରେଳ ଷ୍ଟେସନ ପୁର୍ବରୁ ବିଶାଖାପାଟଣା ଡିଭିଜନ ଅନ୍ତର୍ଗତ ଥିବା ବେଳେ ବର୍ତ୍ତମାନ ରାୟଗଡ ଡିଭିଜନ ଅନ୍ତର୍ଗତ ହୋଇ ଯାଇଛି। ଆଜି ସଡ଼କ ପଥ ଦେଇ ରାୟଗଡ ଡି ଆର ଏମ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରି ଦର୍ଶନ କରି ସମସ୍ତ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ। ଏହି ପରୀପ୍ରେକ୍ଷୀରେ ଷ୍ଟେସନ୍ ରେ ଥିବା ସମସ୍ତ କକ୍ଷ, ଷ୍ଟେସନ୍ ଆଦି ବୁଲି ଦେଖିଥିଲେ। ଏହି ସମୀକ୍ଷା ବେଳେ ସାଥିରେ ଆସିଥିବା ଅଧିକାରୀ ମାନଙ୍କ ସହ ଆଲୋଚନା କରି ସମସ୍ତ କାର୍ଯ୍ୟ ଗୁଡିକର ପୁଙ୍ଖନୁଫୁଙ୍ଖ ବିଷୟ ପଚାରି ବୁଝି ଥିଲେ। ଏଥି ସହ ଯେଉଁ କାମ ଗୁଡ଼ିକ ରହିଛି ତାହା ଯଥା ଶୀଘ୍ର ସାରିବାକୁ ଅଧିକାରୀ ମାନଙ୍କୁ କହିଥିଲେ।
