ଜାତୀୟ ଉତ୍କଳ ଅଟଳ ବିହାରୀ ରୌପ୍ୟ ରତ୍ନ ସମ୍ମାନ–୨୦୨୬
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
କବି, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ କାର୍ତ୍ତିକେଶ୍ୱର ନନ୍ଦଙ୍କୁ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର , ୟୁନିଟ୍-୯ସ୍ଥିତ ଅଡିଟୋରିୟମ୍ରେ ‘ଜାତୀୟ ଉତ୍କଳ ଅଟଳ ବିହାରୀ ରୌପ୍ୟ ରତ୍ନ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଛି। ଭବ୍ୟ ତଥା ମନୋଜ୍ଞ ପରିବେଶରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟିକ ସଂଗଠନ, ଭୁବନେଶ୍ୱର ପକ୍ଷରୁ ଶ୍ରୀ ନନ୍ଦଙ୍କୁ ସ୍ୱତନ୍ତ୍ର ଅତିଥି ରୂପେ ନିମନ୍ତ୍ରଣ କରାଯାଇଥିଲା। ଏହା ରାଜ୍ୟସ୍ତରୀୟ ‘ତିରଙ୍ଗା ଉତ୍ସବ–୨୦୨୬’ କାର୍ଯ୍ୟକ୍ରମ ଜରିଆରେ ଆୟୋଜିତ ହୋଇଥିଲା। ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ତଥା ତାଙ୍କ ଆଦର୍ଶ ସମାଜ ପାଇଁ ଏକ ଅମୂଲ୍ୟ ଧରୋହର ସଦୃଶ। ତାଙ୍କ ଆଦର୍ଶ ଓ ଚିନ୍ତାଧାରାରୁ ପ୍ରେରଣା ନେଇ ଆଜିର ଯୁବପିଢ଼ି ଦେଶ ଗଠନରେ ଗଠନମୂଳକ ଭୂମିକା ଗ୍ରହଣ କରିବା ଆବଶ୍ୟକ ବୋଲି ୟୁଥ୍ ଆସୋସିଏସନ୍ ସର୍ଭିସ୍, କଳାହାଣ୍ଡିର ସଭାପତି ଶ୍ରୀ ନନ୍ଦ ତାଙ୍କ ଅଭିଭାଷଣରେ ବ୍ୟକ୍ତ କରିଥିଲେ। ଦେଶର ହିତ ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ପ୍ରଣୟନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରବାଦ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଓଡ଼ିଶା ର ଅନେକ ଗୁଣି , ଜ୍ଞାନୀ , କବି , ଲେଖକ , ଲେଖିକା ବୃନ୍ଦ ନିଜ ନିଜ ମତ ରଖିଥିଲେ । ଏହି ଅବସରରେ ଓଡ଼ିଶା ସାହିତ୍ୟିକ ସଂଗଠନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୟୁଥ୍ ଆସୋସିଏସନ୍ ସର୍ଭିସ୍, କଳାହାଣ୍ଡିର ସଭାପତି ଶ୍ରୀ ନନ୍ଦଙ୍କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଗୁଡ଼ିକର ସମ୍ପାଦନା ଓ ପରିଚାଳନା ପାଇଁ ରାଜ୍ୟ ସଭାପତି ଭାବେ ମନୋନୀତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ‘ଜାତୀୟ ଉତ୍କଳ ଅଟଳ ବିହାରୀ ବାଜପେୟୀ ରୌପ୍ୟ ରତ୍ନ ସମ୍ମାନ–୨୦୨୬’ର ମହାସମାରୋହ ରାଜଧାନୀ ଭୁବନେଶ୍ୱରଠାରେ ପାଳିତ ହୋଇଥିଲା। ଏହି ସଫଳତା ପାଇଁ ଜିଲ୍ଲାର କବି, ବୁଦ୍ଧିଜୀବୀ ଓ ସାମାଜିକ କର୍ମକର୍ତ୍ତାମାନେ ଶ୍ରୀ ନନ୍ଦଙ୍କୁ ପ୍ରଶଂସା କରିବା ସହ ବିଭିନ୍ନ ଅଞ୍ଚଳରୁ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି ।
