ଜିଲ୍ଳା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ – ୨୦୨୬ ପାଳିତ
ଭବାନୀପାଟଣା: (କିଶନ ଶର୍ମା)- ୨୬.୦୬.୨୦୨୬ : କଳାହାଣ୍ଡି ଜିଲ୍ଲା ଠାରେ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ- ୨୦୨୬ ଆଜି ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ନିଶାରୁ ସଫଳତା ପୂର୍ବକ ମୁକ୍ତି ପାଇ ଥିବା ୨ ଜଣ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପୂର୍ବରୁ କଲେଜଗୁଡ଼ାକରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଶ୍ରୀ ଯୁଗଳ କିଶୋର ପୋଢ଼, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଡି.ଏସ.ପି ଶ୍ରୀମତୀ ସାଗରିକା ପ୍ରଧାନ, ଅବକାରୀ ବିଭାଗ କଳାହାଣ୍ଡି ସମ୍ପାଦକ ରାମ କ୍ରିଷ୍ଣା ଆଶ୍ରମ, ମ. ରାମପୁର, ବ୍ରହ୍ମାକୁମାରୀ ମଧୁ ମହୋଦୟ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିନେଶ କୁମାର କହଁର କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ । ସାମର୍ଥ୍ୟ ଦୃଷ୍ଟିହୀନ ସଂଘ, ଗୋଲାମୁଣ୍ଡା ବିଭିନ୍ନ ସାଂସ୍କୃତିକ ତଥା ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
