*ଖାସବାହାଲ ଗ୍ରାମ ପଂଚାୟତ ର ଚଚରାଭଟା ଠାରେ ବ୍ଲକ ୱାଟର ସେଡ ମହୋତ୍ସବ ୨୦୨୬ ପାଳିତ* ନୂଆପଡା (ମିଖାଏଲ ନନ୍ଦ)
ତା:୨୩.୦୧.
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମ ପଂଚାୟତ ର ଚଚରାଭଟା ଗାଁ ରେ ୱାଟର ସେଡ ମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜଳ ବିଭାଜିକା ଖଡ଼ିଆଳ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଡଲି ମାଝୀ ସଭାପତିତ୍ବ କରିଥିବା ବେଳେ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲି। ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷ। ପୁଷ।ଞ୍ଜଳି ନନ୍ଦ, ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜୋନ ନଂ ୬, ୫, ୪ ର ଜିଲ୍ଲା ପରିଷଦ ସଦସ୍ୟ ଯଥାକ୍ରମେ ମାଲ୍ୟବନ୍ତ ସୁନା, ତନୟା ଶବର, ଚିତ୍ତରଞ୍ଜନ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ବିଭୂତି ଭୂଷଣ ବିଶି ଉଭୟ ସଭା କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲି। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୃଜନ ସଂଗୀତ ସ୍କୁଲ କଣ୍ଟବାଞ୍ଜି ଢ଼ାବ ଘୁଡକା ପରିବେଷଣ କରିଥିବା ବେଳେ ସଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ଘୁଡକା ପରିବେଶଣ କରିଥିଲି। ବୁଢାଦେଓ ଟ୍ରୁପ ମହୁଲବାହାଳୀ ମଧ୍ୟ ତିନୋଟି ସମ୍ବଲପୁରୀ ନାଚ ପରିବେଷଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତର ରେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଶେଷ କୃତିତ୍ୱ ଅର୍ଜନ କରିଥିବା ୱାଟର ସେଡ ମାର୍ଗ ଦର୍ଶକ ମାନଙ୍କୁ ଜିଲ୍ଲପାଳ ସମ୍ମାନିତ କରିଥିଲେ। ୱାଟର ସେଡ ନିର୍ଦେଶକ ରଶ୍ମି ରଞ୍ଜନ ପାତ୍ର ସ୍ୱାଗତ ଭାଷଣ ସହିତ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶିକା ସ୍ୱୟଂ ପ୍ରଭା ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
