*ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ରୋପ୍ୟ ଜୟନ୍ତୀ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୩.୦୧.
ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ରୋପ୍ୟ ଜୟନ୍ତୀ ପାଳିତ ହୋଇଯାଇଅଛି। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ଶିକ୍ଷା ମାନବ ସମାଜ କୁ ଉନ୍ନତ ଓ ବିକଶିତ ହେବାର ପାଥେୟ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ବିଦ୍ୟାଳୟ ଅଧ୍ୟକ୍ଷ ନାରାୟଣ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଉପ ଜିଲ୍ଲାପାଳ ତଥା ପରିଚାଳନା କମିଟି ଅଧ୍ୟକ୍ଷ ସୁର୍ମି ସୋରେନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ। ରୌପ୍ୟ ଜୟନ୍ତୀ ଉପଲକ୍ଷେ ଏକ ଲୋଗୋ ଉନ୍ମୋଚିତ ହୋଇଥିବା ବେଳେ ୨୫ ବର୍ଷ ର ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପକ ଦୁଷ୍ମନ୍ତ ମେହେର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ମିତ୍ରଭାନୁ ମେହେର ଧନ୍ୟବାଦ ଦେଇଥିଲେ। ଅଧ୍ୟାପିକା ରଶ୍ମି ରାଣୀ ପ୍ରଧାନ ସଂଯୋଜନା କରିଥିବା ବେଳେ ଅନ୍ୟ ଅଧ୍ୟାପକ କର୍ମଚାରୀମାନେ ସହଯୋଗ କରିଥିଲେ। ସାଂସ୍କୃତିକ ସଭା ରେ ବାଜାଶାଲ, ଛାତ୍ର ଛାତ୍ରୀମାନେ ପରିବେଷଣ କରିଥିଲେ।
