୧୬ ତମ ଜାତୀୟ ମତଦାତା ଦିବସ ପାଳିତ।
ଯାଜପୁର, (ଭଞ୍ଜଦୂତ :ନିପ୍ର )ସରୋଜ କୁମାର ଧଳ
ଗଣତନ୍ତ୍ରର ମୂଳ ଆଧାର ଭୋଟ ଅଧିକାର ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ୧୬ତମ ଜାତୀୟ ମତଦାତା ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ସମସ୍ତ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ଗଣତନ୍ତ୍ର ପ୍ରତି ନିଷ୍ଠା, ସ୍ୱଚ୍ଛ ଓ ନିର୍ଭୟ ମତଦାନ, ଏବଂ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାଗିଦାରୀ ସମ୍ପର୍କିତ ସପଥ ପାଠ କରାଇଥିଲେ।
ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ଶିବାନନ୍ଦ ସ୍ବାଇଁ, ଉପ ଜିଲ୍ଲାପାଳ, ଶ୍ରୀ ତାପସ ରଞ୍ଜନ ଦେହୁରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଗଣତନ୍ତ୍ର ସୁଦୃଢ଼ତା ପ୍ରତି ନିଜ ଅଙ୍ଗୀକାର ପୁନଃବ୍ୟକ୍ତ କରିଥିଲେ।
ଏହି ଦିବସ ପାଳନ ମାଧ୍ୟମରେ ମତଦାନ ସଚେତନତା ବୃଦ୍ଧି ସହ ଏକ ସକ୍ରିୟ, ସମାବେଶୀ ଓ ସୁଦୃଢ଼ ଗଣତନ୍ତ୍ର ଗଢ଼ି ତୋଳିବା ପାଇଁ ସମସ୍ତଙ୍କୁ ପ୍ରେରଣା ମିଳିଥିଲା।
